ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) ହିଞ୍ଜିଳିକାଟୁ :- ରାଜ୍ୟରେ କରୋନା ସଂକ୍ରମଣ ସଙ୍ଗୀନ ସ୍ଥିତିରେ ରହିଛି । ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଦ୍ଵିତୀୟ ସଂକ୍ରମଣ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ତା ପଛକୁ ରହିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲା ସଂକ୍ରମଣ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟ ସରକାର ଏହି ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ଏବଂ ଫୋକସ ରେ ରଖି ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରି ବହୁ ପଦକ୍ଷେପ ଗ୍ରହଣ କରିଥିଲେ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସୋମବାର କୋଭିଡ ପରିଚାଳନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚ ମାନଙ୍କ ସହ ଭିଡ଼ିଓ କନ ଫେରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟର ସଭାକକ୍ଷରେ ଭିଡ଼ିଓ କନଫେରେନ୍ସି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଏବଂ ସରପଞ୍ଚ ସହ କୋଭିଡ ପରିଚାଳନା ନେଇ ଆଲୋଚନା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ସରପଞ୍ଚ ମାନଙ୍କ ସହ କୋଭିଡ ମୁକାବିଲା କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବ ବଡ଼ଖଣ୍ଡି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସରପଞ୍ଚ ରାଓ କୋଭିଡ କେୟାର ହୋମ ଏବଂ ସେଣ୍ଟରରେ କରୋନା ସଂକ୍ରମିତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଉଥିବା ନେଇ ଅବଗତ କରାଇଥିଲେ । ହିଞ୍ଜିଳିରେ କୋଭିଡ ମୁକାବିଲା କ୍ଷେତ୍ରରେ ସରପଞ୍ଚ ମାନଙ୍କ ଭୂମିକା ଏବଂ ସହଯୋଗ ପାଇଁ ଖୁସି ବ୍ୟକ୍ତ କରି ସେମାନଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରିଥିଲେ । ଏହା ସହିତ ସରପଞ୍ଚ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲା ଙ୍ଗେ ଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସରପଞ୍ଚ ମାନେ ଆଗକୁ ଏଭଳି ସହଯୋଗ ଜାରି ରଖି କୋଭିଡ ମୁକାବିଲା କରିବା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ । ଏବି ବୈଠକରେ ମାଧୁରୀ ପାଣିଗ୍ରାହୀ, ଗୌରୀ ସାହୁ, ରଘୁନାଥ ବେହେରା, ପ୍ରତିମା ବେହେରା, ଲିଲିମାଳା ପ୍ରଧାନ,ମନୋଜ କୁମାର ସାବତ, ଏ ସୁଦର୍ଶନ, ଲକ୍ଷ୍ମଣ ଗୌଡ଼ଙ୍କ ସମେତ ବହୁ ସରପଞ୍ଚ ଉପସ୍ଥିତ ଥିଲେ । ( ରିପୋର୍ଟ-ଶେଷଦେବ ସାହୁ )