ଖଲ୍ଲିକୋଟ ଡିମିରିଆ ଗାଁ ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଟ୍ରକ ଧକ୍କାରେ ଦୁଇ କାଉଡିଆଙ୍କ ସମେତ ୩ ମୃତ
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଞ୍ଜାମ ଜିଲ୍ଲା :-> ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏପରି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ଯରେ ଦୁଇଜଣ ବୋଲବମ କାଉଡିଆ ବାଣପୁର ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ନିକଟସ୍ଥ ଦଲ୍ଲିବାଟି ଗ୍ରାମର ମନମାଳି ପାତ୍ର ବୋଲି ଜଣାପଡିଛି । ଗୋଟିଏ ଟ୍ରକ ଏହି ତିନିଜଣଙ୍କ ଉପରେ ମାଡିଯିବା ପରେ ଭାରସାମ୍ଯ ହରାଇ ଓଲଟି ପଡିଛି । ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଛି ତଦନ୍ତ କରୁଛି ।















