No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟରେ ଅପ୍ରାଶିତ ଭାବେ ପନିପରିବା ଦର ଆକାଶ ଛୁଆଁ ହୋଇଛି । ତେବେ ଦୀର୍ଘଦିନ ପନିପରିବା ଦର ଆକାଶ ଛୁଆଁ ଥିବାରେ ବୋଲଗଡ ବ୍ଲକ ଅଞ୍ଚଳର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମଜୁରିଆ ଓ ଖଟିଖିଆ ଲୋକମାନେ କଞ୍ଚା ପନିପରିବା କ୍ରୟ କରିବା ଏକ ପ୍ରକାର ମେରୁଦଣ୍ଡକୁ ଭାଙ୍ଗିବା ସହ ପକେଟରେ ନିଆଁ ଲାଗିଛି । ସେହିପରି ଆଳୁ ଏକ ପରିବା ଯେକି ଗରିବ ଶ୍ରେଣୀଠାରୁ ବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଶ୍ରେଣୀଭୁକ୍ତ ରହିଆସିଛି ।

ମାତ୍ର ଆଳୁ ଚଢା ଦର ଭାବେ ବଜାରରେ ଉଭା ହୋଇ କିଲୋ ପିଛା ୪୦ ଟଙ୍କା, ବାଇଗଣ କିଲୋ ପିଛା ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଞ୍ଚା ଲଙ୍କା କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି।ସେହିପରି କାଙ୍କଡ଼ ୭୦ ଓ ଦେଶୀ କାଙ୍କଡ଼ କିଲୋ ପିଛା ୨୨୦ରୁ ୨୫୦ ଟଙ୍କା ଦରରେ ବିକ୍ରି ହେଉଛି । କଞ୍ଚା କଦଳୀ ଗୋଟା ପିଛା ୧୦ ଝୁଡଙ୍ଗ କିଲୋ ୬୦ଟଙ୍କା ଟମାଟୋ କିଲୋ ୬୦ଟଙ୍କା ପୋଟଳ କିଲୋ ୮୦ ଟଙ୍କା ଜହ୍ନିକିଲୋ ୪୦ ଟଙ୍କା ଫୁଲ କୋବି କିଲୋ ୮୦ ଟଙ୍କା ବନ୍ଧା କୋବି କିଲୋ ୪୦ ଟଙ୍କା ଭେଣ୍ଡି କିଲୋ ୫୦ ଟଙ୍କା କାକୁଡି କିଲୋ ୪୫ ଟଙ୍କା କଖାରୁ କିଲୋ ୪୦ ଟଙ୍କା ମାଟିଆଳୁ କିଲୋ ପିଛା ଦର ୮୦ ଟଙ୍କାରେ ବଜାରରେ ବିକ୍ରି ହେଉଛି ।

ଏହିପରି ବଜାରମାନଙ୍କରେ କୌଣସି ପରିବା ଦର ୬୦ଟଙ୍କାରୁ ଉର୍ଦ୍ଧ ଭାବେ ବିକ୍ରି ହେଉଥିବାରେ ଖାଉଟିଙ୍କ ପକେଟ ବଜାର ଦରରେ ଏକ ପ୍ରକାର ନିଆଁ ଲାଗିଛି । ଦ୍ୱିତୀୟତଃ ଶ୍ରାବଣ ମାସ ଚାଲି ଥିବାରେ ପ୍ରତ୍ୟେକ ଖାଉଟି ଶକାହାରି ପରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ପରିବା ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କର ଏକ ପ୍ରକାର ହୋସ ଉଡିଯାଉଥିବାର ଲକ୍ଷ୍ୟ କରାଯାଉଛି । ଏଥି ପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଷ୍ଟି ଦେବାକୁ ବୋଲଗଡ ଅଞ୍ଚଳର ଜନସାଧାରଣମାନେ ଅନୁରୋଧ କରିଅଛନ୍ତି ।

No Result
View All Result