No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ସି.ଡି.ଏ ସେକ୍ଟର -୯ ସ୍ଥିତ ପାର୍କ ଠାରେ କଟକ ମହାନଗର ନିଗମ ପକ୍ଷରୁ ଏକ ବନ ମହୋଉତ୍ସବ ପାଳନ କରାଯାଇଥିଲା, ଏହି ଉତ୍ସବ ରେ ମାନ୍ୟଵର କଟକ ମେୟର ଶ୍ରୀ ସୁବାସ ସିଂହ , ସ୍ଥାନୀୟ ଏ.ସି.ପି , ଦିପାଂଶୁ ଦାସ ଆଡଭୋକେଟ,ସ୍ଥାନୀୟ କର୍ପୋରେଟର ସ୍ଥାନୀୟ ଅଞ୍ଚଳର ଅନେକ ଜନ ସାଧାରଣ , ବୁଦ୍ଧିଜୀବୀ ଙ୍କ ସହିତ ମିଶି ବୃକ୍ଷ ରୋପଣ କରିଥିଲେ

ଓ ଏହାର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରିବା ସହିତ ଉପସ୍ଥିତ ଜନସାଧାରଙ୍କୁ ଏହି ମହାନ କାର୍ଯ୍ୟରେ ସାମିଲ ହୋଇ ବୃକ୍ଷ ରୋପଣ ଓ ଏହାର ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ . ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ତଥା କର୍ପୋରେଟର ଶ୍ରୀମତୀ ମୋନାଲିସା ଦାସ . ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି , ବୃନ୍ଦାବନ ସାହୁ , ୱାର୍ଡ ଅଫିସର ଶ୍ରୀ ହିମାଂଶୁ ଶେଖର ସାହୁ , ସ୍ଥାନୀୟ ଜନସାଧାରଣ ପ୍ରମୁଖ୍ୟ ଉପସ୍ଥିତ ଥିଲେ l

No Result
View All Result