ନିଜର ସ୍ବାର୍ଥ କୁ ଆଖି ଆଗରେ ରଖି ନିଜର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ଚଳାଇବା ନିମନ୍ତେ ସରକାରଙ୍କ ସମୟସୀମା କୁ ପାଳନ ନକରି କଲେଜ୍ ରେ ଶ୍ରେଣୀ ଶିକ୍ଷା ଓ ପରୀକ୍ଷା ପ୍ରଣାଳୀ କୁ ପରିବର୍ତ୍ତନ କରାଇଥିଲେ ।
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଗଣିଆ ରେ ୫ମାସ ହେଲା ଶ୍ରୀମତି ସଲିଳା ସେଠୀ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କର ମନମୁଖୀ କାର୍ଯ୍ୟକଳାପ ତଥା କଥା କଥା ରେ କର୍ମଚାରୀ ଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା, କାରଣ ଦର୍ଶାଅ ନୋଟିସ୍ ଜାରି କରିବା, ନିଜେ କ୍ଲାସ୍ ନକରି ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅପମାନିତ କରିବା ସହିତ ନିଜ ହାତରେ କ୍ୟାସ୍ ବୁକ୍, ପାସବୁକ୍ ରଖି ଅର୍ଥ ଉଠାଇ ମନ ମୁତାବକ ଖର୍ଚ୍ଚ କରିବା ସହିତ କର୍ମଚାରୀ ଙ୍କୁ ଧମକ ଚମକ୍ ନେଇ ଥାନା ରେ ବସାଇବା ଭଳି କାର୍ଯ୍ୟକଳାପ ଗଣିଆ ଅଞ୍ଚଳ ରେ ବୁଦ୍ଧି ଜିବୀ ମହଲ ରେ ଅତ୍ୟନ୍ତ ନିନ୍ଦନୀୟ ବିଷୟ ହୋଇଛି ।
ପ୍ରକାଶ ଥାଉ କି ଗଣିଆ ମହାବିଦ୍ୟାଳୟରେ (+୨) ପ୍ରାୟ ୫୦୦ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ସୂଚନା ଅନୁଯାୟୀ ଅନୁଯାୟୀ ଉକ୍ତ ଅନୁଷ୍ଠାନ ରେ ଇଂରାଜୀ ବିଷୟ (PGT)ରେ ଯୋଗ ଦେଇଥିବା ଶ୍ରୀମତି ସଲିଳା ସେଠୀ ଅଫିସ୍ କାର୍ଯ୍ୟ ରେ ବ୍ୟସ୍ତତା ଦେଖାଇ ନିଜ ଇଂରାଜୀ ବିଷୟ କ୍ଲାସ୍ କରୁନାହାନ୍ତି । ଯାହା ଫଳ ରେ ଛାତ୍ର ଛାତ୍ରୀ ଉଚିତ୍ ଶିକ୍ଷା ପାଇ ପାରୁନାହାନ୍ତି । ପ୍ରକାଶ ଥାଉ କି କଲେଜ୍ ର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟ ରେ ହେଡ୍ କ୍ଲର୍କ ଙ୍କୁ ଧମକ ଚମକ୍ ମଧ୍ୟ କରିଛନ୍ତି । କଲେଜ୍ ରେ DEO ଉପସ୍ଥିତ ନଥିବା ବେଳେ ଆଲମାରୀ ଚାବି ଭାଙ୍ଗି ନୂତନ ତାଲା ପକାଇବା କଥା ମଧ୍ଯ ଦୃଷ୍ଟି କୁ ଆସିଛି।
କର୍ମଚାରି ମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅଭଦ୍ର ଭାଷା ରେ ଗାଳି ମଧ୍ୟ କରିଛନ୍ତି । ଜଣେ ଅଧ୍ୟକ୍ଷା ହୋଇ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରିବା ଅସମ୍ମାନ କରିବା ସହ ସାଧାରଣ କଥା ରେ ଥାନା ର ଦ୍ୱାରସ୍ଥ ମଧ୍ୟ ହେଇଥିଲେ । ଏହା ସହ ନିଜର ସ୍ବାର୍ଥ କୁ ଆଖି ଆଗରେ ରଖି ନିଜର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ଚଳାଇବା ନିମନ୍ତେ ସରକାରଙ୍କ ସମୟସୀମା କୁ ପାଳନ ନକରି କଲେଜ୍ ରେ ଶ୍ରେଣୀ ଶିକ୍ଷା ଓ ପରୀକ୍ଷା ପ୍ରଣାଳୀ କୁ ପରିବର୍ତ୍ତନ କରାଇଥିଲେ । ତାଙ୍କ ନିଜସ୍ୱ କୋଚିଂ ସେଣ୍ଟର ର ଛାତ୍ରଛାତ୍ରୀ ଙ୍କୁ କଲେଜ୍ ରେ ଅଧିକ ମାର୍କ ଦେବା ସହ ଅନ୍ୟ ଛାତ୍ର ଛାତ୍ରୀ ଙ୍କ ମାର୍କ କାଟିବା ପାଇଁ ଧମକ ଦେବା ମଧ୍ୟ ଜଣାପଡିଛି ।
ଶ୍ରୀମତି ସେଠୀ କଥା କଥା ରେ ‘ମୁଁ ଜଣେ S.C ଜାତି ର ମହିଳା ଏବଂ ମୋ ସ୍ବାମୀ ଜଣେ ସାମ୍ବାଦିକ’ କହି ଧମକ ଦେବା ସହ ପ୍ରତ୍ୟେକ ଦିନ କଲେଜ୍ ରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଛନ୍ତି । ଯାହା ଫଳ ରେ କଲେଜ୍ ର ଶୈଖିକ ବାତାବରଣ ନଷ୍ଟ ହେବା ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଂକ ମଧ୍ୟ ରେ ମାନସିକ ଅଶାନ୍ତି ଦେଖାଯାଇଛି । ଏପରି ଉଦ୍ଧତତା ତଥା ଅନୁଷ୍ଠାନ ବିରୋଧୀ ଅଧ୍ୟକ୍ଷା ଙ୍କ ବେନିୟମ କାର୍ଯ୍ୟକଳାପ ନିମନ୍ତେ ସରକାରୀ ଅନୁସନ୍ଧାନ ତଥା ସଠିକ୍ ତଦନ୍ତ କରାଯିବା ପାଇଁ କଲେଜ୍ କର୍ମଚାରି ଙ୍କ ଦ୍ବାରା ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ ,ଓଡ଼ିଶା ସରକାର ଙ୍କ ମାସ୍ ଏଯୁକେଶନ ଙ୍କୁ ଅଭିଯୋଗ ପତ୍ର କରିବା ପରେ ମଧ୍ୟ କାହିଁକି ସମାଧାନ ହୋଇପାରୁନାହିଁ ଏବେ ତାହା ବଡ଼ ପ୍ରଶ୍ନ ।