ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) କଳାହାଣ୍ଡି :- କରୋନାର ଭୟାବହତାକୁ ଦେଖି କଳାହାଣ୍ଡି ଜିଲ୍ଲାର ଦୁଇ ପ୍ରମୁଖ ସହର କେସିଙ୍ଗା ଓ ଜୁନାଗଡକୁ ଦୁଇ ଦିନ ଲେଖାଏଁ ସଟଡାଉନ ଘୋଷଣା କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗାଭାଲି ପରାଗ ହର୍ଷଦ ଆଜି ଓ ଆସନ୍ତାକାଲି ପାଇଁ କେସିଙ୍ଗା ଏନ୍ଏସିକୁ ସଟଡାଉନ ଘୋଷଣା କରିଥିବା ବେଳେ ୧୨ ଓ ୧୩ ତାରିଖ ଦିନ ଜୁନାଗଡ଼ ଏନ୍ଏସିକୁ ସଟଡାଉନ ଘୋଷଣା କରିଛନ୍ତି ।
ସଟଡାଉନ ସମୟରେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ତତ୍ବାବଧାନରେ କେସିଙ୍ଗା ଏନ୍ଏସିରେ ସ୍କ୍ରିନିଂ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଏଥିରେ ୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ସେହିପରି ଜୁନାଗଡ଼ ସହର ସଟଡାଉନ ସମୟରେ ପ୍ରଶାସନିକ କର୍ମଚାରୀମାନେ ଘର ଘର ବୁଲି ସ୍କିନିଙ୍ଗ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ସାଧାରଣ ଜନତା ଏହି ସମୟରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । (ରିପୋର୍ଟ-ପ୍ରଦୀପ କୁମାର ଗଉଡ)