No Result
View All Result
0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ଭାରତୀୟ କିଶନ ସଂଘ ତରଫରୁ ଶୋମବାର ଦିନ ସମଗ୍ର ଦେଶ ର ୧୮ ଗୋଟି ରାଜ୍ୟ ର ପଦାଧିକାରୀ ବୃନ୍ଦ ଓଡ଼ିଶା ରାଜ୍ୟ ର ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ମୂଳ ଠାରେ ଥିବା ମହାନଦୀ ର କ୍ଷେତ୍ର ପରିଦର୍ଶନ କରିଥିଲେ। ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ର ଚାଷୀ ମାନଙ୍କ ବିକାଶ ନିମନ୍ତେ ବଡ଼ମୂଳ ସାତକୋଶିଆ ସ୍ତିତ ମହାନଦୀ ର ଗଭୀର ଜଳ ରାଶି କୁ ଅଟକାଇ ବ୍ୟରେଜ୍ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା ।

ମାତ୍ର ଏହାକୁ ଆଇ.ସି.ଆର ନାମକ ଏକ ଘରୋଇ ସଂସ୍ଥା କୁ ଏହାର ସର୍ଭେ ଦାୟିତ୍ଵ ଦୀୟ ଯାଇଥିବା ଯୋଗୁଁ ବିଳମ୍ବ ହେଉଥିବା କ୍ଷେତ୍ର ସଂଘଠାନ ମନ୍ତ୍ରୀ ଶ୍ରୀନିବାସ ଜି ଦର୍ଶାଇଥିଲେ। ପରିଦର୍ଶନ ନିମନ୍ତେ ୧୮ ଗୋଟି ରାଜ୍ୟ ର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଉପସ୍ଥିତ ରହିଥିଲେ। ସେଠାରେ ରାଜ୍ୟ କ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଜି, ରାଜ୍ୟ ଉପସଭାପତି ପ୍ରଦୀପ କୁମାର ମହଁନ୍ତ, ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ, ଦେବୀ ପ୍ରସାଦ ପତି,

ସନାତନ ହିନ୍ଦୁ ବାହିନୀ ସଭାପତି ସମୀର କୁମାର ପଣ୍ଡା, କଟକ ଜିଲ୍ଲା ସଭାପତି ସତ୍ୟ ନାରାୟଣ ମହାନ୍ତି, ବ୍ଲକ ପ୍ରଭାରୀ ଯଶୋବନ୍ତ ପତି ଓ ଗଣିଆ ବ୍ଲକ ରୁ ପ୍ରସନ୍ନ କୁମାର ଦାସ, ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ କର୍ମ କର୍ତ୍ତା ସମେତ ଛତିଶଗଡ଼, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମଣିପୁର, ୱେଷ୍ଟ ବେଙ୍ଗଲ, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଗୁଜୁରାଟ, ହରିୟଣା, ରାଜସ୍ଥାନ,

ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଦିଲ୍ଲୀ ର କାର୍ଯ୍ୟ କର୍ତ୍ତା ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ମହାନଦୀ ରେ ବ୍ୟରେଜ୍ ନିର୍ମାଣ କରି ଚାଷୀ ମାନଙ୍କ ର କୃଷି କ୍ଷେତ୍ର ରେ କିପରି ଜଳ ସେଚନ ହୋଇପାରିବ ଏବଂ ଚାଷୀ ମାନେ ଉପକୃତ ହୋଇପାରିବେ ଏଥିପ୍ରତି କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯିବା ବୋଲି କ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଜି ଜଣାଇଥିଲେ

ଏବଂ ଏଥିରେ ପ୍ରଭାବିତ ହେବାକୁ ଥିବା ଜଣା ସାଧାରଣ ଙ୍କୁ ଉପଯୁକ୍ତ ଥଇଥାନ କରାଯାଇ ସେମାନଙ୍କୁ ସ୍ଥାୟୀ ରକ୍ଷଣା ବେକ୍ଷଣ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏଥିପାଇଁ ଲଢେଇ ଜାରି ରହିବ। ଉକ୍ତ ଜଳ ସେଚନ ପ୍ରକଳ୍ପ କୁ ପ୍ରଚଳିତ କରିବା ନିମନ୍ତେ କେନ୍ଦ୍ର ରେ ସରକାର ଙ୍କ ନିକଟ ରେ ଦାବି ରଖିବା ବୋଲି ଭାରତୀୟ କିଶନ ସଂଘ ତରଫରୁ ମାତା ପ୍ରଦାନ କରିଥିଲେ ।
ଗଣିଆ ରୁ ଅଖିଳ ବିହାରୀ ପାଣିଗ୍ରାହୀ ଙ୍କ ରିପୋର୍ଟ

No Result
View All Result