0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଖଣି ପଞ୍ଚାୟତ ଅଁଳାଗୁଡା ଠାରେ ଆଜି ମିଶନଶକ୍ତି ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି। ରାସାୟନିକ ସାର ବଦଳରେ ଜୈବିକ ସାର ରେ କିଭଳି ଅଧିକ ରୁ ଅଧିକ ଲୋକେ ଚାଷ କରିବେ ତାହା ଆଲୋଚନା କରାଯାଇଥିଲା ।

ମିଶନଶକ୍ତି ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ରେ ମହାଲକ୍ଷ୍ମୀ ସୋୟମ ସହାୟକ ଦଳକୁ ଜୈବିକ ସାର ଓ ବିକ୍ରୟ କେନ୍ଦ୍ର ଦିଆ ଯାଇଥିବା ବେଳେ ଅଧିକ ମାତ୍ରା ରେ କିଭଳି ଉତ୍ପାଦନ ହୋଇ ବିକ୍ରୀ କରାଯିବ ଗୁରୁତ୍ଵ ଦିଆଯିବ ବୋଲି ମିଶନଶକ୍ତି ବିଭାଗ ର ବ୍ଲକ ସଂଯୋଜକ ସିବାନନ୍ଦ ସିଂ କହିଥିଲେ ।














