0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡା ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରମିକ ସମବାୟ ସମିତି ମୁଖ୍ୟ କର୍ମକର୍ତ୍ତାଙ୍କ ମାନେ ସମାଜର ଶ୍ରମିକ, ଗରିବ, ଖଟିଖିଆ ତଥା ଅବହେଳିତ ଶ୍ରେଣୀର ଜନସାଧାରଣ ଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ଦୈନନ୍ଦିନ ଜୀବନ ଶୈଳୀ ର ବିକାଶ ନିମନ୍ତେ ଶ୍ରମିକ ସମବାୟ ସମିତି ର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ ।















