୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶିକା ଡ. ଜ୍ୟୋତିର୍ମତୀ ସାମନ୍ତରାୟ ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଡ. ସାମନ୍ତରାୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସେବାନିବୃତ୍ତ ଡ. ସାମନ୍ତରାୟଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ ।

ସେ ଡ. ସାମନ୍ତରାୟଙ୍କ କାର୍ଯ୍ୟଦକ୍ଷତା, ଆନ୍ତରିକତା ଓ କର୍ତ୍ତବ୍ୟପରାୟଣତାର ପ୍ରଶଂସା କରି ତାହା କନିଷ୍ଠ ଅଧିକାରୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇରହିବ ବୋଲି ଉଲ୍ଲେଖ କରିଥିଲେ । ସେ ଡ. ସାମନ୍ତରାୟଙ୍କୁ ଚୂଡ଼ାନ୍ତ ପେନସନ୍ କାଗଜାତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଡ. ସାମନ୍ତରାୟ ନିଜର କର୍ମମୟ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଭାଗ ପକ୍ଷରୁ ପାଇଥିବା ସ୍ନେହ, ଶ୍ରଦ୍ଧା ଓ ସହଯୋଗ ନିମନ୍ତେ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।















