୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଯକ୍ଷ୍ମା ରୋଗର ପ୍ରତିରୋଧ ପାଇଁ ଟୀକାକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଟିବି ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ୧୮ ରୁ ଉର୍ଦ୍ଧ ବୟସ୍କ ମାନଙ୍କ ପାଇଁ ବିସିଜି ଟୀକା ନେବା ପାଇଁ ସଚେତନ କରିବେ । ମାତ୍ର ଏହି ଟୀକା ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ । 

© 2023 Odisha Taza News.