୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିଲୁଆଖାଇ କେନାଲ ସବଡ଼ିଭିଜନ ବାଲିଆ ଅଧୀନରେ ରହିଛି 22 ମୌଜା ଶଙ୍ଖାରିସାହି ସେକ୍ସନ l 22 ମୌଜା ଅଂଚଳଟି ବନ୍ୟା ପ୍ରପୀଡ଼ିତ 2001 ରେ ବିଲୁଆଖାଇ ନଦୀର ଶଙ୍ଖାରି ସାହି ଘାଇ,2008 ରେ ବାଗଲପୁର, ନରବାରୀ ଓ ଦେବୀ ନଦୀର ରହମ୍ବା ଘାଇ ହୋଇ ବହୁ କ୍ଷତି ଘଟlଇଥିଲା l ତେବେ ବିଲୁଆଖାଇ ନଦୀରେ ମଙ୍ଗଳ ବାର ସନ୍ଧ୍ୟାରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି l ଫଳରେ ଲୋକେ ଭୟ ଭିତ ହୋଇଛନ୍ତି l 22 ମୌଜା ଅଂଚଳଟି 6 ଗୋଟି ପଞ୍ଚାୟତ କୁନେଇ ଗଠିତ l ଏଗୁଡିକୁ ଘେରି ରହିଛି ଦେବୀ ଓ ବିଲୁଆଖାଇ ନଦୀ l ଦେବୀ ନଦୀ ବାମପଟ ବନ୍ଧ ଶଙ୍ଖାରି ସାହିରୁ ନୀଳ ମହଲ 11.500 କିମି, ବିଲୁଆଖାଇ ନଦୀ ଶଙ୍ଖାରି ସାହି ରୁ ନୀଳମହଲ 14 କିମି ଲମ୍ବ ରହିଛି l

ବର୍ତ୍ତମାନ ପୂର୍ତ୍ତ ବିଭାଗ ଓ ଜଳସେଚନ ବିଭାଗ ନଦୀ ବନ୍ଧ ଗୁଡ଼ୁକୁ ଦୃଢ଼ୀ କରଣ କରୁଛି l ତେଣୁ ବନ୍ଧ ଗୁଡିକୁ ବିପଦ ନାହିଁ ବୋଲି ସବଡ଼ିଭିଜନ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ କହି ଛନ୍ତି l ସେହିପରି ଉକ୍ତ ସେକ୍ସନ ଟି 4 ହଜାର ହେକ୍ଟର ଆୟକଟ କୁନେଇ ଗଠିତ l ବିଶେଷ କରି ବମ୍ବିଲ ଡିଷ୍ଟ୍ରି ବୂଟାରୀ 10 କିମି ମଧ୍ୟରୁ ପାଣି ମାତ୍ର 5 କିମି ପାଣି ଜାଏ l ସେହିପରି ବାଗଲପୁର ଡିଷ୍ଟ୍ରି ବୂଟାରୀ ଲମ୍ବ 12 କିମି ମଧ୍ୟରୁ ପାଣି ଯାଏ ମାତ୍ର 6 କିମି l ଅବସିଷ୍ଟ ପାଣି ଆଦୌ ଯାଏ ନାହିଁ ଫଳରେ ଚାଷୀ ଧାନ ଚାଷ କରିବାରେ ଅସୁବିଧାରେ ସମୁଖୀନ ହୁଅନ୍ତି l















