ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମର ଯୋଗେନ୍ଦ୍ର କହଁରଙ୍କ ଘର ଅଗଣାରେ ଆଜି ଏକ ବିରଳ ପ୍ରଜାତିର ପେଚା ବସିଥିବା ଦେଖିବାକୁ ମିଳିଥିଲା । ଏହି ବିରଳ ପ୍ରଜାତିର ପେଚା ଦେଖିବା ପାଇଁ ଯୋଗେନ୍ଦ୍ରଙ୍କ ଘରେ ଭିଡ଼ ଜମିଥିଲା ।
ପେଚାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବା ପାଇଁ କିଛି ଗ୍ରାମବସୀ ଚାରିଛକ ବନପାଳଙ୍କୁ ଖବର ଦେଇଥିଲେ । ଖବର ପାଇ ଚାରିଛକ ବନପାଳ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଅଗଣାରୁ ଏହି ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କରିଥିଲେ । ଏହାପରେ ଚାରିଛକ ବନପାଳ ଏହି ବିରଳ ପ୍ରଜାତିର ପେଚାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।