ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୯୦ ଜଣ, ଭୁବନ ବ୍ଲକ ରୁ ୯ ଜଣ, ଓଡ଼ାପଡ଼ା ବ୍ଲକରୁ ଜଣେ ଏବଂ ଏମ୍ସ ହସ୍ପିଟାଲରୁ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନ ଏନ୍ ଏ ସି ର ୯୦ ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲାବେଳେ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି ଏବଂ ଅବଶିଷ୍ଟ ୮୮ ଜଣ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କଣ୍ଟ୍ରାକ୍ଟ ଟ୍ରେସିଂଙ୍ଗ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି ।
ସେହିପରି ଭୁବନ ବ୍ଲକର ଦର୍ଜନୀ,ସୁରପ୍ରତାପ ପୁର, ଚାନ୍ଦପୁର ସଂଗରୋଧ କେନ୍ଦ୍ରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମୃଦଙ୍ଗା ଗ୍ରାମରୁ ୪ ଜଣ ଏବଂ ଜନେଇଲ,ବେଢାପାଳ ଗ୍ରାମରୁ ଜଣେ ଲେଖାଏଁ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଓଡ଼ାପଡ଼ା ବ୍ଲକର ବଉଳପୁର ଗ୍ରାମର ଜଣେ ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ଅନ୍ୟ ୭ ଜଣ ବିଭିନ୍ନ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ସଂଗରୋଧ କେନ୍ଦ୍ରରୁ,୯୩ ଜଣ ହୋମ୍ କ୍ଵାରେଣ୍ଟାଇନରୁ ଏବଂ ୩ ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଏବଂ ୭ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଗୋବିନ୍ଦପୁର ସ୍ଥିତ କୋଭିଡ୍ ହେଲଥ୍ କେୟାର ସେଣ୍ଟରକୁ ପଠାଯାଇଅଛି ଏବଂ ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା କାମାକ୍ଷାନଗର ଏବଂ ଭୁବନ ଏନ୍ ଏ ସି କୁ ଆସନ୍ତା କାଲି ଠାରୁ ୧୩ ତାରିଖ ଗୁରୁବାର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା ଜାରି କରାଯାଇଛି। ଜିଲ୍ଲାରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ୬୬୫ ଜଣ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବା ସ୍ଥଳେ ୩୫୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଜଣେ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବାବେଳେ ୩୧୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ / ଅମର ରଞ୍ଜନ ଦାସ, ଢେଙ୍କାନାଳ)