୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :->  ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି+୩)ର ଓଡ଼ିଆ ବିଭାଗରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନଧିକାର କରିଥିବା ଯାଜପୁରରୋଡ ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସୁପ୍ରଭା ସାହୁଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଛାତ୍ରୀ ସୁଶ୍ରୀ ସୁପ୍ରଭା କୋରାଇ ବ୍ଲକ ଅନ୍ତର୍ଗତ ଜହ୍ନା ଗ୍ରାମର ଅମୂଲ୍ୟ ସାହୁ ଓ ସରୋଜିନୀ ସାହୁଙ୍କ ଝିଅ ଅଟନ୍ତି ।

ଗୁରୁବାର ଭୁବନେଶ୍ଵ ସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷେତ୍ର ଦିବସର ଉତ୍ସବ ଏକାଡ଼େମୀର ସଭାପତି ତଥା ଭାଷା ସାହିତ୍ୟର ନିର୍ଦେଶକ ଦିଲୀପ ରାଉତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର ତଥା ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇଥିଲା ବେଳେ ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟକ ହରପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା,

ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ଓ ସ୍ତମ୍ଭାକାର ଦାଶ ବେନହୁର ପ୍ରମୁଖ ଯୋଗଦେଇ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକରେ ସର୍ବାଧିକ ନମ୍ବର ରଖିଥିବା ସୁଶ୍ରୀ ସୁପ୍ରଭାଙ୍କୁ ଅର୍ଥରାଶି ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ, ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ଆବାହକ ଓଡିଶା ସାହିତ୍ୟ ଏକାଡେମୀର ସଚିବ ସୁବୋଧଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଏହି ସମ୍ବର୍ଦ୍ଧିତ ପରେ ସୁପ୍ରଭାଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।