No Result
View All Result
୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ 22ମୌଜା ଗେଲପୁର ତ୍ରିନାଥ କମିଟି ପକ୍ଷରୁ ରବିବାର ତ୍ରିନାଥ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ନିରାଶ୍ରୟଙ୍କୁ ଅର୍ଥ ରାଶି ସହାୟତା ପ୍ରଦାନ କରାଯାଇଛି l କମିଟିର ଆବାହକ କାମଦେବ ବସ୍ତିଆ ଙ୍କ ତତ୍ୱାବଧାନ ରେ କମିଟିର ଯୁବକ ମାନଙ୍କ ପ୍ରତିଦିନ ଆୟରୁ କିଛି କିଛି ସଂଚିତ ଅର୍ଥକୁ ବର୍ଷକୁ ଥରେ ଦୀର୍ଘ 12ବର୍ଷ ହେବ ନିରାଶ୍ରୟ ମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଛି l
ତେବେ ଚଳିତ ବର୍ଷ ଜଗତସିଂହପୁର ଠାରେ ଥିବା ଅନାଥ ଆଶ୍ରମ ରେ ତାଙ୍କ ସଂଚିତ ଅର୍ଥକୁ ପ୍ରଦାନକରାଯିବା ସହ ବିରିଡି ବ୍ଲକର କୁଳକଇଜଙ୍ଗା ଗ୍ରାମର ନିରାଶ୍ରୟା ମା ‘ସେବଭୋଇ ଙ୍କୁ ମଧ୍ୟ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି l ଶ୍ରୀ ବସ୍ତିଆ ନିଜେ ଜଗତସିଂହପୁର ଅନାଥ ଆଶ୍ରମ ଯାଇ ସଂଚିତ ଅର୍ଥ କୁ ପ୍ରଦାନ କରିଥିଲେ l
ତେବେ ଏହି ସହାୟତା ବସ୍ତିଆଙ୍କ ହାତ ଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହି ଛନ୍ତି l ଏହି ମହତ କାର୍ଯ୍ୟ ରେ ତାଙ୍କ ସହ ହିମାଞ୍ଚଳ ବସ୍ତିଆ, ହେମନ୍ତ ବସ୍ତିଆ, ସୁଶାନ୍ତ ବସ୍ତିଆ,ତ୍ରିଲୋଚନ ବସ୍ତିଆ, ମାନୁ ବସ୍ତିଆ, ମଙ୍ଗୁ ଭୋଇ, ଅଜୁ ଭୋଇ, ରବୀନ୍ଦ୍ର ବସ୍ତିଆ, ଅମିତ ବସ୍ତିଆ, ମହେଶ୍ୱର ବସ୍ତିଆ, ଜ୍ୟୋତି ରଞ୍ଜନ ବସ୍ତିଆ ପ୍ରମୁଖ ସହାୟତା ର ହାତ ବଢ଼ାଇଥିଲେ l
No Result
View All Result