• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବାଲିଘାଟରେ ଭଙ୍ଗାରୁଜା ଓ ଆକ୍ରମଣ ଘଟଣା

Proprietor Abhimanyu Maharana by Proprietor Abhimanyu Maharana
July 29, 2024
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ବାଲିଘାଟରେ ଭଙ୍ଗାରୁଜା ଓ ଆକ୍ରମଣ ଘଟଣା
Share on FacebookShare on TwitterWhatsapp

ଗିରଫଦାରୀ ଭୟରେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ

ପିତଳ ସରପଞ୍ଚଙ୍କ ସମେତ ୯ ଜଣଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର/ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ପିତଳ ଗ୍ରାମ ପଞ୍ଚାୟତର ସରପଞ୍ଚ ରାମ ରାଘବ ପାତ୍ରଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଏକ ଅପରାଧିକ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟାଧୀଶ ଆଦିତ୍ୟ କୁମାର ମହାପାତ୍ର ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରି ଗତ ମାସ ୨୮ତାରିଖରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହା ପୁର୍ବରୁ ଶେରଗଡ଼ ତହସିଲ ଅଧିନ ପାକିଡି ବାଲିଘାଟରେ ସଂଗଠିତ ଭଙ୍ଗାରୁଜା ଓ ଲୁଟପାଟ ମାମଲାରେ ୫୦ଜଣ ଅଭିଯୁକ୍ତ ସଂଶ୍ଳିଷ୍ଟ ଥିବା ଦର୍ଶାଇ ଗୁତାଦାର ସୁଧାନିଧି ଚୌଧୁରୀ ଆସିକା ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପୋଲିସ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଥିଲା। ଘଟଣା ପରଠାରୁ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଥିଲା।

ପୋଲିସ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିଯୁକ୍ତ ସରପଞ୍ଚ ରାମ ରାଘବ ପାତ୍ରଙ୍କ ସମେତ ୯ଜଣ ସହଯୋଗୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସଂଗଠିତ ଅପରାଧିକ ଘଟଣାରେ ପୋଲିସର ତଦନ୍ତ ଅନୁଯାୟୀ ଗତ ଏପ୍ରିଲ ମାସ ୧୫ ତାରିଖ ସକାଳେ ପାକିଡି ଗ୍ରାମର ପ୍ରାୟ ୩୦ ଜଣ ବ୍ୟକ୍ତି ପାକିଡି ବାଲିଘାଟ ନିକଟକୁ ଆସି ଗୁତାଦାର ସୁଧାନିଧି ଚୌଧୁରୀଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ଏହାର ବିରୋଧ କରିବାରୁ ଅଭିଯୁକ୍ତ ମାନେ ତାଙ୍କ ସାର୍ଟର କଲର ଧରି ଟାଣି ଆଣି ଠେଙ୍ଗାରେ ପିଟି ଆକ୍ରମଣ କରିଥିଲେ। ବାଲି ରାମ୍ପ ଚଳାଇବା ପାଇଁ ତାଙ୍କୁ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ଅଭିଯୁକ୍ତ ମାନେ ତାଙ୍କୁ ଧମକ ଦେଇଥିଲେ।

ନଚେତ ସେମାନେ ତାଙ୍କୁ ହତ୍ୟା କରିବେ ବୋଲି କହିଥିଲେ। ପର ଦିନ ଅର୍ଥାତ୍ ୧୬ ତାରିଖ ରାତି ପ୍ରାୟ ୬ ଘଣ୍ଟା ସମୟରେ ପାକିଡି ଗ୍ରାମର ପ୍ରାୟ ୫୦ ଜଣ ବ୍ୟକ୍ତି ଏକତ୍ରିତ ହୋଇ ହିଟାଚି ଡ୍ରାଇଭର ସୁନୀଲ ଗୌଡ଼ଙ୍କୁ ଆକ୍ରମଣ କରିବା ସହ ନଦୀ ନିକଟରେ ଛିଡା ହୋଇଥିବା ଡୁଇଟି ହିଟାଚି ଗାଡ଼ିର କାଚ ଓ ଅନ୍ୟାନ୍ୟ ଅଂଶ ବାଡେଇ ଭାଙ୍ଗିଥିଲେ। ପରେ ସିସିଟିଭିକୁ ଭାଙ୍ଗି ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଠା କରି ବିଶ୍ରାମକକ୍ଷ ଭିତରକୁ ପ୍ରବେଶ କରି ୧୦ହଜାର ଟଙ୍କା ସହ ଅନ୍ୟାନ୍ୟ ଜିନିଷପତ୍ର ନେଇଯାଇ ଥିଲେ। ଯଦି ସେ ଏହି ନଦୀରୁ ବାଲି ନିଅନ୍ତି ତେବେ ସେମାନେ ତାଙ୍କର ଦୁଇଟି ହିଟାଚି ଗାଡ଼ି ପୋଡ଼ି ଦେବେ ଓ ତାଙ୍କର ସମସ୍ତ ସହଯୋଗୀଙ୍କୁ ହତ୍ୟା କରିବେ ବୋଲି ଘଟଣା ସ୍ଥଳରୁ ଫେରିବା ବେଳେ ଧମକ ଦେଇଥିଲେ।

ଏଭଳି ଅପ୍ରୀତିକର ଘଟଣା ପରେ ଗୁତାଦାର ଶ୍ରୀ ଚୌଧୁରୀ ଭୟଭୀତ ହୋଇ ନ୍ୟାୟ ପାଇବା ଆଶାରେ ଆସିକା ଥାନାରେ ପହଞ୍ଚି ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦେଇଥିଲେ। ପୋଲିସ ୨୯୯/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଭଙ୍ଗାରୁଜା ଓ ଆକ୍ରମଣ ଘଟଣା ସହ ଜଡ଼ିତ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ପୋଲିସ ୧୦ ଜଣଙ୍କୁ ଗିରଫ କରି ଥାନା ହାଜତରେ ଅଟକ ରଖିଥିଲା। ଏହାକୁ କେନ୍ଦ୍ରକରି ସେହି ମାସ ୧୮ ତାରିଖ ଦିନ ସରପଞ୍ଚଙ୍କ ପ୍ରରୋଚନାରେ ପାକିଡି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିବା ସହ ଗିରଫ ବ୍ୟକ୍ତି ମାନଙ୍କୁ ଛାଡ଼ିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଟକ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ପୋଲିସ ଘଟଣାରେ ଜଡ଼ିତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିଲା।

ପୋଲିସ ଗିରଫଦାରୀ ଭୟରେ ଅଭିଯୁକ୍ତ ସରପଞ୍ଚଙ୍କ ସମେତ ୯ ସହଯୋଗୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପୋଲିସ ତଦନ୍ତରୁ ମାମଲାର ତଥ୍ୟ, ଯଥାର୍ଥ ପରିସ୍ଥିତି ଏଵଂ ସଠିକ ବିବେଚନା କରି ଆବେଦନକାରୀଙ୍କ ଆବେଦନକୁ ବିଚାରକରି ମାନ୍ୟବର ନ୍ୟାୟାଧୀଶ ଜମା ବାବଦକୁ ପ୍ରତ୍ୟେକ ଆବେଦନକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଜମାରାଶି ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅନୁସନ୍ଧାନରେ ସହଯୋଗ କରିବେ ଏବଂ ଯେତେବେଳେ ତାଙ୍କ ଉପସ୍ଥିତି ଆବଶ୍ୟକ ହୁଏ ଏଵଂ ଅନୁସନ୍ଧାନର ଶୀଘ୍ର ସମାପ୍ତି ଲାଗି ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଓ ସମ୍ମୁଖରେ ହାଜର ହେବେ। ତଳ କୋର୍ଟରେ ବିଚାରଣା ସମୟରେ ପ୍ରତ୍ୟେକ ବାଇଦାରେ ଉପସ୍ଥିତ ରହିବାକୁ ସରପଞ୍ଚ ରାମ ରାଘବ ପାତ୍ରଙ୍କ ସମେତ ୯ ଜଣଙ୍କୁ ସର୍ତ୍ତମୂଳକ ଜାମିନରେ ଆଦେଶ ଦେଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version