ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର) ବରୀ :- କ୍ରାନ୍ତି ସପ୍ତାହ ଅଗଷ୍ଟ ୦୯ ରୁ ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ” ଓଡ଼ିଶା – ମୋପରିବାର ” “ଜୀବନ ବିନ୍ଦୁ” ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ରକ୍ତଦାନ ଶିବିର ର ଦ୍ଵିତୀୟ ଦିବସରେ ଆଜି ସମ୍ମାନୀୟ ଅତିଥି ଭାବେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମ କୁ ଆଗେଇନେଲେ ।
ଯାଜପୁର ଜିଲ୍ଲା ” ଓଡ଼ିଶା – ମୋପରିବାର ” “ଜୀବନ ବିନ୍ଦୁ” ସଂଯୋଜକ ଶ୍ରୀ ବିମଳ ଚନ୍ଦ୍ର ଦାସ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରୀ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ନେତା ତଥା ପୂର୍ବତନ ୨୪ ନଂ ଜୋନ୍ ଜିଲ୍ଲାପରିଷଦ ଦେବେନ୍ଦ୍ର ଦାସ,
୨୧ ନଂ ଜୋନ୍ ଜିଲ୍ଲାପରିଷଦ ଅଶୋକ ସାମଲ,ବରୀ ଛାତ୍ର ଜନତା ଦଳର ସଭାପତି ସଦିଚ୍ଛା ସାମଲ, ବରୀ ବିଜୁ ବାହିନୀ ସଭାପତି ବୀରେନ ରାଉତ, ସମାଜସେବୀ ଶୁକଦେବ ପରିଡ଼ାଓ କଳାମାଟିଆ ସରପଞ୍ଚ ସମୀର ମଲ୍ଲିକ ପ୍ରମୁଖ ଯୋଗଦେଲେ । ରକ୍ତଦାନମହତକର୍ମ ( ରିପୋର୍ଟ / ବରୀ ରୁ ସ୍ବୟଂପ୍ରକାଶ ଦାସ)