No Result
View All Result

୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ଆଇନଜୀଵୀ ସାମୁଖ୍ୟ ଭୁବନେଶ୍ୱର ଶାଖା ର ଜିଲ୍ଲା ସଭାପତି ଡ଼ ସୁରେଶ କୁମାର ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ “Green world” ର ଅଧକ୍ଷ ଶ୍ରୀ ନୃପେଶ କୁମାର ନାୟକ ଙ୍କ ମିଳିତ ସହଯୋଗ ସହିତ ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ପୌରହିତ ରେ ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ,

ପୂର୍ବତନ ଡେପୁଟି ମେୟର କେ ଶାନ୍ତି ଏବଂ ସ୍ଥାନୀୟ କର୍ପୋରେଟର ଓ ଅନ୍ୟ କର୍ପୋରେଟର ଙ୍କ ଉପସ୍ଥିତି ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆମ୍ଭ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ର ନାଗେଶ୍ୱର ଟାଙ୍ଗୀ ସ୍ଥିତ ଶାଖା କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଅଛି l

ସାମ୍ପ୍ରତିକ ପରିବେଶ ଓ ପରିସ୍ଥିତି କୁ ଲକ୍ଷ କରି ଗଛ ଟିଏ, ଜୀବନ ଟିଏ, ଏହି ସ୍ଲୋଗାନ ରେ ଭୁବନେଶ୍ୱର ସହର ସାରା ଗଛ ଲଗାଇବା ପାଇଁ ଆଇନଜୀବୀ ମାନେ ଦୃଢ଼ ସଂକଳ୍ପ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜେଡି ଲିଗାଲ ଫ୍ରଣ୍ଟ ଭୁବନେଶ୍ୱର ର ବରିଷ୍ଠ ଆଇନଜୀବି ପ୍ରବୀର ପଟ୍ଟନାୟକ, ଭିକାରି ମହାନ୍ତି, ବ୍ରଜ କିଶୋର ପ୍ରଧାନ, ନିରଞ୍ଜନ ବେହେରା,

ବିଶେଶ୍ୱରୀ ମହାନ୍ତି,ଅଜୟ ହରିଚନ୍ଦନ,ଜଗନ୍ନାଥ ପ୍ରସାଦ ସାହୁ,ପ୍ରଶାନ୍ତ ପତି,ସରୋଜ ମହାପାତ୍ର, ବିଜୟ କେତନ ବାରିକ,ସଞ୍ଜୟ କୁମାର ସାହୁ, ସୁବ୍ରତ କୁମାର ନାୟକ,କିଶୋର ମିଶ୍ର,ଗାୟତ୍ରୀ ମିଶ୍ର ,ବିଜୟ କୁମାର ବାରିକ,ସୁକାନ୍ତ ଦାସ ,ଦେବୀ ପ୍ରସାଦ ଦାସ , ସୁରେଶ କୁମାର ଦାସ ଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ l


No Result
View All Result