• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
July 27, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ : ବିଜେଡି
Share on FacebookShare on TwitterWhatsapp

 ସୁଭଦ୍ରା ଯୋଜନାରେ ଅଧିକାଂଶ ମହିଳା ବଞ୍ଚିିତ ହେବେ

 ୨୪ ବର୍ଷରେ ୭୮ ହଜାର କୋଟି ଋଣ, ଗୋଟିଏ ବର୍ଷରେ ୪୩,୪୯୫ କୋଟି ଋଣ

 ରାଜ୍ୟର ପେନସନ ହିତାଧିକାରୀଙ୍କୁ ଲଲିପପ୍‌

୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁୁବନେଶ୍ୱର :-> ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ ଏକ ଦୂରଦୃଷ୍ଟୀବିହୀନ, ମହିଳା, ଚାଷୀ, ଯୁବ ବିରୋଧୀ ବଜେଟ । ଏ ବଜେଟ ସଂପୂର୍ଣ୍ଣ ଦିଶାହୀନ । କେବଳ ନବୀନ ସରକାର ସମସ୍ତ ଯୋଜନାକୁ ନାଁ ପରିବର୍ତ୍ତନ କରାଯାଇଥିବା ବଜେଟ ବୋଲି ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର । ଡ. ସାମନ୍ତସିଂହାର କହିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟ ଆର୍ଥୀକ ଶୃଙ୍ଖଳା କ୍ଷେତ୍ରରେ ବିଭିନ୍ନ ଦିଗରେ ଶିଖର ଛୁଇଁଥିଲା । ରାଜ୍ୟର ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତରୁ କମ୍ ଥିଲା ବେଳେ ୨୬ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ରାଜ୍ୟ ହୋଇପାରିଥିଲା । ମୁଣ୍ଡପିଛା ଋଣ ଭାର କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ ସ୍ଥାନରେ ରହିଥିଲା । ଋଣ ଓ ଜିଏସ୍‌ଡିପି ହାର ମାତ୍ର ୧୩ ପ୍ରତିଶତରେ ସୀମିତ ରହିଥିଲା ।

ଯାହା ଦେଶରେ ସର୍ବନିମ୍ନ । ଓଡିଶାର ଅର୍ଥନୀତିକୁ ୧ ଟ୍ରିଲିୟନ ଡଲାଇ ଛୁଇଁବା ପୂର୍ବର ନବୀନ ପଟ୍ଟନାୟକ ସରକାରଙ୍କ ଲକ୍ଷ୍ୟ ଥିଲା । କିନ୍ତୁ ଗତକାଲିର ବଜେଟ ଦିଶାହୀନ ହୋଇଥିଲା ବେଳେ ରାଜ୍ୟର ବିକାଶରେ ବ୍ରେକ୍ ଲାଗିଲା ବୋଲି ସେ କହିଥିଲେ । ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଏବେ ଅସ୍ମିତା ଭବନ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଅସ୍ମିତା ଏକ ବସ୍ତୁ ନୁହେଁ । ଯାହାକୁ ଏକ ଭବନ ଭିତରେ ସ୍ଥାପନ କରି ପ୍ରଦର୍ଶିତ କରାଯାଇପାରିବ । ଏହା ପ୍ରତିଟି ଓଡିଆର ହୃଦୟରେ ଜାଗ୍ରତ କରିବାକୁ ହେବ ଏବଂ ପରବର୍ତ୍ତୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ତେଣୁ ଅସ୍ମିତା ରକ୍ଷା କରିବା ନାଁରେ ଭବନ ତିଆରି କରିବା କେବଳ କିଛି କଣ୍ଟ୍ରାକ୍ଟରଙ୍କୁ ପୋଷିବା ସଙ୍ଗେ ସମାନ ।

ନିର୍ବାଚନ ବେଳେ ବଡ ବଡ କଥା କହୁଥିବା ବିଜେପି ସରକାର ସାମାଜିକ ସୁରକ୍ଷା ଯୋଜନା ବା ଭତ୍ତା କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇଛନ୍ତି । ପୂର୍ବରୁ କହିଥିଲେ ଆମେ ୩୦୦୦ ଟଙ୍କା ସମସ୍ତଙ୍କୁ ଦେବୁ । କିନ୍ତୁ ଦିନରେ ତାରା ଦେଖାଇଲା ଭଳି, କେବଳ ୮୦ ବର୍ଷରୁ ଅଧିକ ବର୍ଷ ବୟସ ଲୋକ ଓ ୮୦ ପ୍ରତିଶ୍ରୁତିରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କ ଭତ୍ତା ୩୫୦୦ ଟଙ୍କା କରି ଅତି ଚତୁରତାର ସହ ଖସିଯିବାକୁ ଚେଷ୍ଟା କରିଛନ୍ତି । ଏଥିରେ କିଛି ହାତ ଗଣତି ହିତାଧିକାରୀ ଲାଭବାନ ହୋଇପାରିବେ କିନ୍ତୁ ପ୍ରାୟ ୯୦ ଭାଗ ହିତାଧିକାରୀ ରାଜ୍ୟସରକାରଙ୍କ ଚଞ୍ଚକତାର ଶିକାର ହୋଇଛନ୍ତି । ସେହିପରି ନିର୍ବାଚନରେ କହିଥିଲେ ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବୁ ।

କିନ୍ତୁ ବଜେଟରେ ସେମାନେ ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲେ ୧୦ ହଜାର କୋଟି ଟଙ୍କାରେ ରାଜ୍ୟରେ ମାତ୍ର ୨୦ ଲକ୍ଷ ମହିଳା ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । କିନ୍ତୁ ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ ବୋଲି ଡ. ସାମନ୍ତସିଂହାର କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ବିଭିନ୍ନ ନିର୍ବାଚନୀ ସଭାରେ ବିଜେପିର ବରିଷ୍ଠ ନେତାମାନେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ ବିଜୁଳି ମାଗଣା ଦେବେ ବୋଲି ଘୋଷଣା କରିଥିଲେ । ଏହି ବଜେଟରେ ସେ ସଂପର୍କରେ କିଛି ନଥିବାରୁ ରାଜ୍ୟର ବିଜୁଳି ଉପଭୋକ୍ତା ନିରାଶ ହୋଇଛନ୍ତି । ସେହିପରି ବେକାରୀ ସମସ୍ୟା, ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି ଓ ଶିଳ୍ପର ଅଭିବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ବଜେଟ ସଂପୂର୍ଣ୍ଣ ନିରବ ରହିଛି ।

ସେହିପରି ବିଜେଡିର ଅନ୍ୟତମ ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତା ହାସଲ କରିଥିଲା ବେଳେ ଗତକାଲିର ବଜେଟ ମଧ୍ୟ ମିଥ୍ୟାରୁ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୬୫ ହଜାର କୋଟି ବୋଲି ଘୋଷଣା କରିବା ସହ ଏହା ପୂର୍ବ ବର୍ଷ ବଜେଟ ପରିମାଣଠାରୁ ୧୫ ପ୍ରତିଶତ ଅଧିକ ବୋଲି କହିଥିଲେ, ଯାହା ସଂପୂର୍ଣ୍ଣ ଭୁଲ୍ । ଗତ ବର୍ଷର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୫୮ ହଜାର କୋଟି ରହିଥିଲା, ତେଣୁ ଏବର୍ଷର ବଜେଟ ପରିମାଣ ପୂର୍ବ ବର୍ଷର ବଜେଟ ଠାରୁ ମାତ୍ର ୨.୭୧୩ ପ୍ରତିଶତ । ସେହିପରି କୃଷକ ସମୃଦ୍ଧ ଯୋଜନାରେ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ଧାନର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ବୋନସ ଦେବା ପାଇଁ ଖର୍ଚ୍ଚ ହେବ ।

ରାଜ୍ୟର ସମସ୍ତ ଧାନ କିଣା ପାଇଁ ୮୦୦ ଟଙ୍କା ବୋନସ ପ୍ରଦାନ କଲେ ପ୍ରାୟ ୭ ହଜାର କୋଟିର ଆବଶ୍ୟକ ଥିବା ବେଳେ ମାତ୍ର ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ଏହା କେତେଦୂର ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର କେନ୍ଦ୍ରରେ ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶର ସମୁଦାୟ ଋଣ ୨ଶହ ୫ ଲକ୍ଷ କୋଟି ବୃଦ୍ଧି ପାଇଛି । ସେହି ନ୍ୟାୟରେ ରାଜ୍ୟ ସରକାର ମଧ୍ୟ ରାଜ୍ୟର ଋଣ ଭାର ବୃଦ୍ଧି କରିବା ପାଇଁ ବଜେଟରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ୭୮ ହଜାର କୋଟି ଟଙ୍କା ଋଣ ହୋଇଥିଲା ବେଳେ ରାଜ୍ୟ ସରକାର ଏହି ବର୍ଷ ପ୍ରାୟ ୪୩ ହଜାର ୪ଶହ ୯୫ କୋଟି ଋଣ କରିବା ପାଇଁ ଆକଳନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version