ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର) ନୟାଗଡ :- ସାମିଲ ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଆଉ ୩୨ କରୋନା ଆକ୍ରାନ୍ତ ଜିଲ୍ଲାରୁ ଚିନ୍ହଟ ହୋଇଛନ୍ତି । ଏପରିକି ନୟାଗଡ ଜିଲ୍ଲାରୁ ଆଉ ୩ ଜଣ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିବା ପରେ ସମଗ୍ର ଜିଲ୍ଲାରେ ଏକ ଭୟର ବାତାବରଣ ଖେଳି ଯାଇଛି । ଏହି ମୃତକ ମନେ 30,34,78 ବର୍ଷୀୟ ପୁରୁଷ ବୋଲି ଜଣା ପଡିଛି ।
ତେବେ ଏଥି ପାଇଁ ଚିନ୍ତାର କାରଣ କିଛି ନାହିଁ, ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ସହ ଜିଲ୍ଲା ପ୍ରଶାସନ ବେଶ ଯତ୍ନ ବାନ ଅଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ତେବେ ସମସ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶ ପାଉଥିବା କରୋନା ସମ୍ପର୍କିତ ସଚେତନତା ସମ୍ବନ୍ଧିତ ମାର୍ଗଦର୍ଶୀକାକୁ ଜିଲ୍ଲାବାସି ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ଏହା ମଧ୍ୟ ସୂଚନା ମିଳିଛିଯେ ଏଣିକି ବାରମ୍ବାର ତାଗିଦ ସତ୍ୱେ ଯେଉଁ ମନେ ସରକାରୀ କଟକଣାକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । (ନୟାଗଡ ରିପୋର୍ଟ /ରାମକୃଷ୍ଣ ରଥ)