
୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାରେ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତର ଅନେକ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଗାଙ୍ଗୁଡ଼ିପଙ୍କାଳ ଗାଁ ସମେତ ଗରଡ଼ମା, ଖାରୀଗୁଡା, ମାଣ୍ଡିମେରା ପଞ୍ଚାୟତର ମଧ୍ୟ କିଛି ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡ଼ିଛି । ଗାଁ ଲୋକେ ବିଦ୍ୟୁତ ତାର ସହାୟତାରେ ନଦୀ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି ।















