• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ରାଜ୍ୟର ଆଇଟିଆଇଗୁଡିକୁ ଅସାମାନ୍ୟ ଜାତୀୟ ସଫଳତା ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍‌ଖୁଣ୍ଟ

Proprietor Abhimanyu Maharana by Proprietor Abhimanyu Maharana
August 10, 2020
in Uncategorized, ଓଡ଼ିଶା, ଦେଶ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ରାଜ୍ୟର ଆଇଟିଆଇଗୁଡିକୁ ଅସାମାନ୍ୟ ଜାତୀୟ ସଫଳତା ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍‌ଖୁଣ୍ଟ
Share on FacebookShare on TwitterWhatsapp

ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏକାଦଶ ଓ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପଞ୍ଚଦଶ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି ।

ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) ଗଞ୍ଜାମ ଜିଲ୍ଲା :- ଆମ ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହେବା ବଡ଼ ଖୁସିର ବିଷୟ । ଏହି ଖୁସି ଅନୁଷ୍ଠାନ ଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯେତିକି ଉତ୍ସାହଜନକ, ଅନୁରୂପ ଭାବରେ ପ୍ରତିଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ସମ୍ମାନର ପ୍ରସଙ୍ଗ ହୋଇଯାଇଛି । ଭାରତର ୧୦୦ଟି ଉନ୍ନତ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନ ତାଲିକାଭୁକ୍ତ ହୋଇ ପ୍ରଶଂସା ଅର୍ଜନ କରିବା ଓଡ଼ିଶା ପାଇଁ ଗୌରବର ବିଷୟ । ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଭାଷାରେ-‘ଏ ପରି ଗୌରବ ଆମ ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହିତ ରାଜ୍ୟର ଶିଳ୍ପ ପ୍ରଗତିର ପୃଷ୍ଠାରେ ସେମାନଙ୍କ ସଫଳତାକୁ ସ୍ୱୀକାର କରିବ ।’ ଶ୍ରୀ ସିଂ ତାଙ୍କ ବିଭାଗର ଏ ପରି ଜାତୀୟ ସ୍ୱୀକୃତିରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକରୁ ବାହାରୁ ଥିବା ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧିନସ୍ଥ ତାଲିମ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସାରା ଦେଶରେ ରହିଥିବା ଶିଳ୍ପ ତାଲିମ ଅନୁଷ୍ଠାନଗୁଡ଼ିକର ଗୁଣାତ୍ମକତା, ସ୍ଥିତାବସ୍ଥା ଓ ସଫଳତାକୁ ବିଚାର କରିବା ନିମନ୍ତେ ଗୋଟିଏ ଗ୍ରେଡିଂ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଅର୍ଥାତ୍‌ ଦେଶରେ ଥିବା ସବୁ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ସ୍ଥାନ ନିରୁ ପଣ କରାଯାଇପାରିବ ଏବଂ ସେମାନଙ୍କର ଭୂମିକା ନେଇ ଅଧିକ ବିଶ୍ଳେଷଣ ହୋଇqପାରିବ । ଆମ ଦେଶରେ ରହିଥିବା ଶିଳ୍ପ ସଂସ୍ଥା ଗୁଡ଼ିକରେ କୁଶଳୀ, ସମର୍ଥ ଓ ତାଲିମ ପ୍ରାପ୍ତ ମାନବସଞ୍ଚଳର ପର୍ଯ୍ୟାପ୍ତ ଉପଯୋଗକୁ ଦୃଷ୍ଟିରେ ରଖି ଶିଳ୍ପ ତାଲିମ ପ୍ରତିଷ୍ଠାନର ଗୁଣାତ୍ମକ ଉତ୍କର୍ଷ ଉପରେ ମୂଲ୍ୟାୟନ କରିବା ନିମନ୍ତେ ନିକଟରେ ହୋଇଥିବା ଜାତୀୟ ସ୍ତରର ଗ୍ରେଡିଂ ବ୍ୟବସ୍ଥାରେ ଓଡ଼ିଶାର କୃତିତ୍ୱ ବିଭିନ୍ନ ମହଲରେ ସନ୍ତୋଷ ଆଣିଦେଇଛି । ଏହି ମୂଲ୍ୟାୟନ ବ୍ୟବସ୍ଥାର ଦ୍ୱିତୀୟ ପର୍ଯ୍ୟାୟ ସଂପନ୍ନ ହୋଇ ତା’ର ଫଳାଫଳ ପ୍ରକାଶ ପାଇଛି । ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସଂପୃକ୍ତ ଶିଳ୍ପ ତାଲିମ ପ୍ରତିଷ୍ଠାନ, ସହଯୋଗୀ ଶିଳ୍ପ ସଂସ୍ଥା, ବିଭାଗ ଓ ଜାତୀୟ ସ୍ତରରେ ଗଠିତ ହୋଇଥିବା କୋର କମିଟି ସଦସ୍ୟମାନଙ୍କର ଯୋଗଦାନ ଗୁରୁତ୍ୱ ପୂର୍ଣ୍ଣ ଥିଲା । କାରଣ ସେମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଓ ବିବରଣୀ ଆଧାରରେ ମୂଲ୍ୟାୟନ ହୋଇଥିଲା ।

ଏଥିପାଇଁ ୨୭ଟି ମାନକ ପ୍ରସ୍ତୁତ କରାଯାଇଥିଲା । ୫ଟି ସୋପାନରେ ଏହି ମାନକ ଗୁଡ଼ିକ କିପରି ଭାବରେ କାର୍ଯ୍ୟକାରୀ ହୋଇଛି, ତାହାକୁ ବିଚାରକୁ ନେଇ ଗ୍ରେଡିଂର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଗ୍ରେଡିଂ ନିମନ୍ତେ ସଂପୃକ୍ତ ଆଇଟିଆଇ ଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ତୃତୀୟପକ୍ଷ ମୂଲ୍ୟାୟନ ସଂସ୍ଥା ଆଇସିଆର୍‌ଏ ମ୍ୟାନେଜ୍‌ମେଣ୍ଟ କନ୍‌ସଲଟିଂ ସର୍ଭିସେସ୍‌ର ପ୍ରତିନିଧିବୃନ୍ଦ ବିଭିନ୍ନ ତାଲିମ ପ୍ରତିଷ୍ଠାନ ପରିଦର୍ଶନ କରି ଆବଶ୍ୟକୀୟ ସମସ୍ତ ମାନଦଣ୍ଡ ଗୁଡ଼ିକ ଉପରେ ଯାଞ୍ଚ କରିଥିଲେ । ସଂପୃକ୍ତ ଆଇଟିଆଇମାନଙ୍କୁ ଆନୁମାନିକ ଗ୍ରେଡିଂ ଫଳାଫଳ ବିଷୟରେ ଅବଗତ କରାଯାଇଥିଲା, ଫଳରେ ସେମାନେ ମୂଲ୍ୟାଙ୍କନକୁ ନେଇ ତାଲିମ ମହାନିର୍ଦ୍ଦେଶକଙ୍କ ଅଧିନସ୍ଥ ଅଭିଯୋଗ ସମାଧାନ କମିଟି ନିକଟରେ ମଧ୍ୟ ଅଭିଯୋଗ ଆଣି ପାରିବେ । ବିଭିନ୍ନ ଆଇଟିଆଇର ଅନ୍ତିମ ଗ୍ରେଡ୍‌ ଫଳାଫଳ ପ୍ରକାଶ କରିବା ନିମନ୍ତେ ଅଭିଯୋଗ ସମାଧାନ କମିଟିର ସମସ୍ତ ସୁପାରିଶକୁ ତାଲିମ ମହାନିର୍ଦ୍ଦେଶକଙ୍କ କୋର କମିଟି ଆଗରେ ଉପସ୍ଥାପିତ କରାଯାଇଥାଏ । ଗ୍ରେଡିଂ ଶେଷ ହୋଇଛି । ସମଗ୍ର ଭାରତରେ ଓଡ଼ିଶାର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ଉତ୍କୃଷ୍ଟ ସ୍ତରରେ ସ୍ଥାନିତ ହୋଇଛନ୍ତି । ଦେଶର ଶ୍ରେଷ୍ଠ ୨୦ଟି ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୨ଟି ଅନୁଷ୍ଠାନ ସ୍ଥାନିତ ହୋଇଥିବା ବେଳେ ୫୦ଟି ମଧ୍ୟରେ ଓଡ଼ିଶାର ୪ଟି ପ୍ରତିଷ୍ଠାନ ସ୍ଥାନ ପାଇଛନ୍ତି ।

ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏକାଦଶ ଓ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପଞ୍ଚଦଶ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି । କେବଳ ସେତିକି ନୁହେଁ, ଯାଜପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ୨୪ ତମ ସ୍ଥାନରେ, ଝାରସୁଗୁନା ୪୫ତମ ସ୍ଥାନରେ, ଭଦ୍ରକ ଜିଲ୍ଲାର ଦି ଅଲ୍‌ମାଇଟି ଟେକ୍‌ନିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ୫୨ତମ ସ୍ଥାନରେ, ପୁରୀର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ୬୧ତମ ସ୍ଥାନରେ, ସୁନ୍ଦରଗଡ଼ର ଡାଲମିଆ ଘରୋଇ ଆଇଟିଆଇ ୬୪ତମ ସ୍ଥାନରେ, କଟକ ଜିଲ୍ଲାର ଶ୍ରୀଗୁରୁ ଆଇଟିଆଇ ୬୫ତମ ସ୍ଥାନରେ, ଭଦ୍ରକର ଆଇଟିଆଇ ୬୬ତମ ସ୍ଥାନରେ, ମୟୂରଭଞ୍ଜର ତକତ ପୁର ଆଇଟିଆଇ ୭୩ତମ ସ୍ଥାନରେ ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସରକାରୀ ଆଇଟିଆଇ ୮୮ତମ ସ୍ଥାନରେ ରହିଛନ୍ତି । ଏହି ଗ୍ରେଡିଂରେ ସର୍ବାଧିକ ଫଳାଫଳ ୪.୪୨ ରହିଥିବା ବେଳେ ସର୍ବନିମ୍ନ ଶୂନ ରହିଥିଲା । ବର୍ତ୍ତମାନ ୧୧ଟି ସରକାରୀ ଓ ୩୨ଟି ବେସରକାରୀ ଆଇଟିଆଇର ଗ୍ରେଡିଂ ଫଳାଫଳକୁ ତାଲିମ ମହାନିର୍ଦ୍ଦେଶକ (ଭାରତ ସରକାର)ଙ୍କ କୋର କମିଟି ଅନୁମୋଦନ ଦେବାକୁ ଅପେକ୍ଷା ରହିଛି । କଟକ ସରକାରୀ ଆଇଟିଆଇ ଏହି ଅେ ପକ୍ଷାରେ ଅଛି । ଗୁଣାତ୍ମକ ଶିକ୍ଷାଦାନ ଦୃଷ୍ଟିରୁ ଦେଶର ଏକ ଅନନ୍ୟ ଅନୁଷ୍ଠାନ ଭାବେ ଏହା ନିଜକୁ ପ୍ରତିଷ୍ଠିତ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହା ମଇ ମାସରେ ରାଜ୍ୟରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ପ୍ରତିଷ୍ଠା ଯୋଜନାର ଅୟମାରମ୍ଭ ହୋଇଥିଲା ଏବଂ ସେହି ବର୍ଷ ଡିସେଞ୍ଚର ମାସରେ ଏହି କର୍ତ୍ତୃପକ୍ଷ ପଞ୍ଜୀକୃତ ହୋଇଥିଲା । ଦକ୍ଷତା ବିକାଶ କ୍ଷେତ୍ରରେ ତୃଣମୂଳ ସ୍ତରରୁ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରି ରାଜ୍ୟର ଅର୍ଥନୈତିକ ବିକାଶରେ ସେମାନଙ୍କୁ ଅଂଶୀଦାର କରିବା ସହିତ ସ୍ୱାବଲଞ୍ଚୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ କ୍ରମାଗତ ଭାବରେ ସଫଳତା ଅର୍ଜନ କରିଚାଲିଛି । ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଏ ପରି ସଫଳତାର ଶ୍ରେୟ ବିଭିନ୍ନ ଅନୁଷ୍ଠାନ, ପ୍ରଶିକ୍ଷକ, ଉଚ୍ଚତର ତାଲିମଦାତା ମାନଙ୍କୁ ଦେଇ ତାଙ୍କର ସନ୍ତୋଷବ୍ୟକ୍ତ କରିଛନ୍ତି । ଓଡ଼ିଶା ଏବେ ଆଗେଇଛି । ଶିଳ୍ପୋନ୍ନତି ସାଙ୍ଗକୁ ‘ମେକ୍‌ ଇନ୍‌ ଓଡ଼ିଶା’ ପରି ଉଲ୍ଲେଖେଯୋଗ୍ୟ ଅଭିଯାନକୁ ଅଧିକ ଅର୍ଥ ପୂର୍ଣ୍ଣ କରିବା ଦିଗରେ ଏହି ସଫଳତା ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version