୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ମୁଖ୍ୟ ଚିକିତ୍ସାଳୟ ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଜିଲ୍ଲା ସଂଯାଜଗ ରୁଦ୍ର ପ୍ରସାଦ ଜେନା, ଦିଲ୍ଲୀପ ପ୍ରଧାନ,ଶରତ ଓଝା, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା ,ଗାୟତ୍ରୀ ଦାସ, ପୁଷ୍ପାଞ୍ଜଳି ଦଳବେହେରା ଯୋଗଦେଇ ବୃକ୍ଷରୋପଣର ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ ।

ଉମା ମହାପାତ୍ର ଓ ସାଇ ଉମା ଫାଉଣ୍ଡେସନ ସର୍ଦସ୍ୟ ମାନେ ଯୋଗଦେଇ ବୃକ୍ଷ ହିଁ ଜୀବନ ଓ ବୃକ୍ଷ ବିନା ସୃଷ୍ଟି ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଔଷଧୀୟ ଚାରା ରୋପଣ ଓ ବିଭିନ୍ନ ପ୍ରକାର ବୃକ୍ଷ ଲଗାଯାଇଥିଲା ।















