No Result
View All Result
୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକର ମହିପୁର ଠାରେ ଭାରତୀୟ ମଜଦୁର ସଂଘ ର ୭୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘ ର ଜିଲା ସଭାପତି ବନମାଳି ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆର ଏସ ଏସ ର ଜିଲ୍ଲା ସଂଘ ଚାଳକ ସୁକାନ୍ତ ରଣ ସିଂ, ସମ୍ମାନୀତ ଅତିଥି ଭାବେ ଜିଲା ପ୍ରଚାରକ ସୁମନ୍ତ ଭାଇ, ଯୋଗଦାନ କରିଥିଲେ, ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ସୁକାନ୍ତ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ, ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା,

କାର୍ଯ୍ୟ ଦକ୍ଷତା ଉପରେ ଅତିଥି ମାନେ ଉଦଵୋଧନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋତ୍ସ୍ନାମୟୀ ପଣ୍ଡା,, ନୂଆଗାଁ ବ୍ଲକ ସଭାପତି ପୁଷ୍ପ ଲତା ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ଭାରତୀୟ ମଜଦୁର ସଂଘ ର ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି, ବିଦ୍ୟୁତ କର୍ମଚାରୀ ସଂଘ ର ନୟାଗଡ଼ ଜିଲ୍ଲା ସଭାପତି ରବିନ୍ଦ୍ର ଦାଶ ସମେତ ଜିଲ୍ଲା ର ବିଭିନ୍ନ ବ୍ଲକର ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ପରିଶେଷରେ ମଜଦୁର ସଂଘ ର ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।
No Result
View All Result