୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ସାମାଜିକ ଗଣମାଧ୍ୟମରେ ଲାଇଭ୍ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।ବାପୁଜୀନଗରର ଏକ ଭଡାଘରୁ ଝୁଲନ୍ତା ଅବସ୍ଥାରେ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ସେ କାହିଁକି ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି । ଏସମ୍ପର୍କରେ ଅଧିକ ଖୋଳତାଡ କରୁଛି ପୁଲିସ ।