୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଅନୁଗୋଳ :-> ଅନୁଗୋଳ ଭିଜିଲାନ୍ସ ବିଭାଗ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁସବା ପଞ୍ଚାୟତର ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପଦ୍ମ ଚରଣ ପ୍ରଧାନ ନାମକ ଜଣେ ଵ୍ୟକ୍ତିଙ୍କର ଫାର୍ମ ଫଣ୍ଡ ଯୋଜନାରେ ମହିଳା ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ୱାମୀ ଶିଶିର ସାମଲ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ସେ ରାଜି ହୋଇ ଆଜି କିସ୍ତି ବାବଦ ୨୦ ହଜାର ଟଙ୍କା ଦିନ ପ୍ରାୟ ୨ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ୱାମୀ ଶିଶିରଙ୍କୁ ଦେଇଥିଲେ ।

ଏହାପୂର୍ବରୁ ପଦ୍ମଚରଣ ଏହି ଲାଞ୍ଚ ମାଗୁଥିବା ନେଇ ଅନୁଗୋଳ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ । ତେଣୁ ପଦ୍ମ ଚରଣ ଲାଞ୍ଚ ଦେଇଥିବା ୨୦ ହଜାର ଟଙ୍କାରେ ପୂର୍ବରୁ ବିଭାଗ ପକ୍ଷରୁ କେମିକାଲ ରଙ୍ଗ ବୋଳା ଯାଇଥିଲା । ଡ଼ିଏସପି ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଜି କଟକ ଡିଭିଜନ ଓ ଅନୁଗୋଳ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଯୋଜନା କରି ଛପି ରହିହିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମାମାଲିଙ୍କ ନିର୍ଦେଶରେ ତାଙ୍କ ସ୍ୱାମୀ ଶିଶିର ଟଙ୍କା ନେଇ ପକେଟରେ ରହିଥିବା ବେଳେ ବିଭାଗ ପକ୍ଷରୁ ମାଡି ବସିଥିଲେ ।















