୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜ଼ିଲ୍ଲା ମୋହନା ବ୍ଲକ ହେଡ୍ କ୍ଵାଟର ଠାରୁ ଅନ୍ତରବା କୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ଯାତ୍ରୀ ଙ୍କ ପାଇଁ ମରଣଯନ୍ତା ପାଲଟିଛି l ଗତ ୭ ମାସ ପୂର୍ବେ ଉକ୍ତ ୧୧କିଲୋମିଟର ରାସ୍ତା କୁ ଗ୍ରାମ୍ୟ ନିର୍ମାଣ ବିଭାଗ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରିଥିଲା l ଏହାପରେ ମୋହନା ପୂର୍ତ୍ତ ବିଭାଗ ଅଧୀନରେ ୨ମାସ ପୂର୍ବେ ୨୦ଲକ୍ଷ ଟଙ୍କା ବ୍ୟୟ ଅଟଳକ ରେ ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l କିନ୍ତୁ ମନ୍ଥର ନିର୍ମାଣ କାର୍ଯ୍ୟ ଯୋଗୁଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀ ଦୈନନ୍ଦିନ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ରାସ୍ତା ର ବିଭିନ୍ନ ସ୍ଥାନରେ ଥିବା କଲଭର୍ଟ ଗୁଡିକ ମୁକୁଳା ପଡିଛି ଅନ୍ୟପଟେ ଖାଲ ଖମା ରାସ୍ତା ଯୋଗୁଁ ଅନେକ ସମୟରେ ବାଇକ ଆରୋହୀ ମାନେ ଦୁର୍ଘଟଣା ର ଶିକାର ହେଉଥିବା ନଜିର ରହିଛି l















