୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଜି ଅପରାହ୍ନ ୨ ଘଟିକା ସମୟରେ ଦଶପଲ୍ଲା ବ୍ଲକ୍ ବୁଗୁଡା ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ ଆମ୍ବଗଛ ଲଗାଣ ବର୍ଷା ଫଳରେ ଉପୁଡି ପଡିବା ଯୋଗୁଁ ବୁଗୁଡା ବାଂକତଇଳା ରାସ୍ତା ଅବରୋଧ ହେବା ସହିତ, ମାନସ କୁମାର ସାହୁକଂ ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ଗଛ ପଡିବା ଯୋଗୁଁ ବିଦ୍ୟାଳୟ ର ପାଚେରି ଭାଂଗିଯିବା ସହିତ ବୁଗୁଡା, ବାଂକତଇଳା,ଶିମିଳିସାହି, ଘାଟିଆମୁଣ୍ଡା, ମୁଣ୍ଡୁଳି, ମଂଜାରୀ ପ୍ରଭୃତି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗ୍ରାମବାସୀ କଂ ଠାରୁ ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ ଗଛକାଟି ରାସ୍ତା ସଫା କରିଥିଲେ ।















