୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୁଗୁଡ଼ା :-> ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି ।

ବୁଗୁଡା ଅଞ୍ଚଳର ଶହ ଶହ କାଉଡିଆ ରୁଷିକୁଲ୍ଯା-ବଡନଦୀର ସଙ୍ଗମ ସ୍ଥଳରେ ପୁରୋହିତମାନଙ୍କ ଦ୍ବାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରି ଜଳ ଭାର ଘେନି ବାଟ ସାରା ହରହର ବମ୍ , ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବୁଦ୍ଧଖୋଲରେ ପହଞ୍ଚି ସେଠାକାର ପଞ୍ଚଶମ୍ଭୁଙ୍କଠାରେ ଜଳାଭିଷେକ କରିଛନ୍ତି । ଅନରୂପ ଭାବେ ଏଠାକାର କୁବେରେଶ୍ୱରଙ୍କ ଠାରେ ମଧ୍ୟ ବହୁ କାଉଡିଆ ଜଳାଭିଷେକ କରିଛନ୍ତି ।