ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ମୁଖ୍ୟ ଛକଠାରେ ଭାରତୀୟ ମୁକ୍ତି ସଂଗ୍ରାମ ଦାଣ୍ଡି ଯାତ୍ରାର ସ୍ମାରକୀ ବହନ କରୁଥିବା ମହାତ୍ମାଗାନ୍ଧୀ ଙ୍କ ସମେତ ୧୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସୋହେଲା ମୁଖ୍ୟ ଛକଠାରେ ଏକ ନିରାଡ଼ମ୍ବର ଉତ୍ସବରେ ସ୍ଥାନୀୟ ପାଣିମୋରା ଗ୍ରାମର ଶତାୟୁ ସ୍ବାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ
ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ସଭା ରେ ଅତିଥି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବ ମନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପ୍ରଧ୍ୟାପକ ଡଃ ସୁଜିତ ପୃଷେଠ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ°ଗ୍ରାମିମାନଙ୍କୁ ଶ୍ରଧା ସୁମନ ଅର୍ପଣ କରିଥିଲେ । (ରିପୋର୍ଟ- ସତ୍ୟ ନାରାୟଣ ପ୍ରଧାନ)