No Result
View All Result
୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଅଧ୍ୟକ୍ଷ, ପ୍ରସନ୍ନ କୁମାର ବସନ୍ତିଆ ଙ୍କ ନେତୃତ୍ୱ ରେ ଓ ପି. କେ. ଦାସ ରେଲୱେ ଅଧିକାରୀ ଙ୍କ ସହଯୋଗ ରେ ରେଲୱେ କଲୋନୀ ନୟାଗଡ ଠାରେ ବୃକ୍ଷ ରୋପଣ ହୋଇଯାଇଛି l ଏଥି ନିମନ୍ତେ ବିଭିନ୍ନ ପ୍ରକାର ର ଚାରା ଯଥା : ଆମ୍ବ, ଓଉ, ଆତ, ଅଶୋକ, ଅର୍ଜୁନ, ମେହଗାନି, ମହାଲିମ୍ବ, କରଞ୍ଜ ପ୍ରଭୃତି ରୋପଣ କରାଯାଇଛି
ଉକ୍ତ କାର୍ଯ୍ୟକ୍ରମ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ,

ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ,କାମାକ୍ଷା ପ୍ରସାଦ ଦାଶ, ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ଉଦୟନାଥ ନାୟକ, ଅବିନାଶ ସାହୁ, ଶ୍ରୀଧର ସାହୁ,ଲଷ୍ମୀକାନ୍ତ ଦାସ,ଗୋବିନ୍ଦ ସାହୁ ପ୍ରଭୃତି ଅଂଶଗ୍ରହଣ କରିଥିଲେ l ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ ଯେ, ଗଛ ବଞ୍ଚିଲେ ଆମେ ବଂଚିବା l ଜଙ୍ଗଲ ନଷ୍ଟ ହେଲେ ଜୀବ ଜଗତ ତିଷ୍ଠିବା ଅସମ୍ଭବ l ଏହି କାର୍ଯ୍ୟକ୍ରମ କୁ ରେଲୱେ ର ଅରୁଣ କୁମାର ସାହୁ ଓ ପ୍ରଦୀପ୍ତ ପରିଡା ପରିଚାଳନା କରିଥିଲେ l

No Result
View All Result