ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ନନ୍ଦିକ ସେଂଟରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଆର. ଦୂର୍ଯ୍ୟୋଦନ(୪୦)ଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି । ଗତ ଜୁନ ୧୧ ତାରିଖରେ ସେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଗତ ୩ ଦିନ ପୂର୍ବରୁ ସେ ଜ୍ୱରରେ ଆକ୍ରାନ୍ତ ହେବା ପରେ ଘରେ ରହି ଚିକିିତ୍ସିତ ହେଉଥିଲେ । ଶନିବାର ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ପରିବାର ସଦସ୍ୟ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୂର୍ବରୁ ପ୍ରାଣୀଧନ ନିରୀକ୍ଷକଙ୍କ ସ୍ୱାବ ଟେଷ୍ଟ କରାଯାଇନଥିବା ପରିବାର ସୁତ୍ରରୁ ପ୍ରକାଶ । ମୃତ୍ୟୁ ଖବର ପାଇ ହିଞ୍ଜିଳିକାଟୁ ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ର, ସହକାରୀ ଚିକିତ୍ସକ ପ୍ରବୀଣ ସାହୁ, ଏଲ.ଆଇ. ତ୍ରିନାଥ ପରିଡ଼ା, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ ପରିବାର ବର୍ଗଙ୍କଚ ସମବେଦନା ଜ୍ଞାପନ କରିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ସକାଶେ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । (ରିପୋର୍ଟ- ଶେଷଦେବ ସାହୁ)