No Result
View All Result
୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆମେରିକା ପାର୍ଲିଆମେଣ୍ଟରେ ପାରିତ ହେଲା ରିଜଲ୍ଡ ତିବ୍ବତ ଆକ୍ଟ । ଏଥୁଥିପାଇଁ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ରହୁଥିବା ତିବ୍ବତୀୟ। ବୁଧବାର ଚନ୍ଦ୍ରଗିରି ତିବ୍ବତୀୟ ସେଟଲମେଣ୍ଟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକାକୁ ଧନ୍ୟବାଦ ଜଣାଇ ତିବ୍ବତୀୟମାନେ ଏନେଇ ଆନନ୍ଦ ପ୍ରକାଶ କରିଛନ୍ତି. ସେମାନଙ୍କ କହିବା ଅନୁଯାୟୀ, ଏହି ଆକ୍ଟ ଦ୍ୱାରା ତିବ୍ବତ ମୁକ୍ତି ଆନ୍ଦୋଳନକୁ ଆହୁରି ଶକ୍ତି ଯୋଗାଇବ ।

ତିବ୍ବତକୁ ଅକ୍ତିଆର କରି ରଖୁଥିବା ଚୀନ ପାଇଁ ଏହି ଆଇନ ଚିନ୍ତାର କାରଣ ପାଲଟିବ। ଏହି ଆଇନ ମାଧ୍ୟମରେ ତିବ୍ବତ-ଚୀନ ବିବାଦରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚୀନକୁ ପରାମର୍ଶ ଦେଇଛି ଆମେରିକା। ଏଥିସହ ତିବ୍ବତ ଏକ ସ୍ଵତନ୍ତ୍ର ଦେଶ ଥିଲା। ତେଣୁ ଏହାର ମୁକ୍ତି ପାଇଁ ଚୀନ ପଦକ୍ଷେପ ନେବାକୁ ଆମେରିକାର ଏହି ଆକ୍ଟରେ ଉଲେଖ ରହିଛି। ସାରା ବିଶ୍ଵରେ ଆମେରିକା ପ୍ରଥମ ଦେଶ ଭାବେ ଏହି ଆକ୍ଟ ଲାଗୁ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଛନ୍ତି ତିବ୍ବତୀୟ । ୧୯୫୯ ମସିହା ଠାରୁ ତିବ୍ବତକୁ ଚୀନ ଅକ୍ତିଆର କରି ରଖୁଛି ।

No Result
View All Result