No Result
View All Result

୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଆଜି ହେଉଛି ଆଷାଢ ପୂର୍ଣ୍ଣିମା, ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ , ପବିତ୍ର ଗୁରୁ ପୂର୍ଣ୍ଣିମା । ଉକ୍ତ ଦିବସ ଅବସରରେ କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳା , ରଣପୁର ରେ ବ୍ୟାସଦେବଙ୍କ ଜୟନ୍ତୀ ତଥା ବେଦ ପାଠଶାଳାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ତେବେ ଆଜି କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳା , ରଣପୁର ପରିସରରେ ଡ. ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା । ପରେ ଶ୍ରୀ ଅଶୋକ କୁମାର ମହାପାତ୍ର , ସମ୍ପାଦକ, କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳା, ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିଥିଲେ । ‘ଶୋଭା’ ସାମାଜିକ ଅନୁଷ୍ଠାନର ସମ୍ପାଦିକା ରଞ୍ଜୁବାଳା ନନ୍ଦ , ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ସୁଧାକର ପଣ୍ଡା ମହର୍ଷି ବ୍ୟାସଙ୍କର ଜନ୍ମ ତିଥି ପାଳନର ତାତ୍ପଯ୍ୟ ଓ ଆବଶ୍ୟକତା, ବେଦ , ଅଷ୍ଟାଦଶ ପୁରାଣର ରଚନା , ସମସ୍ତ ସଂହିତାର ରଚନା, ବ୍ରହ୍ମସୂତ୍ର , ମୀମାଂସା, ମନ୍ତ୍ର ଦ୍ରଷ୍ଟା ରୂପେ ଜଗତେ ବିଦିତ ସମ୍ବନ୍ଧରେ ଆଲୋଚନା କରିଥିଲେ । ମହାଭାରତର ରଚନା , ଶ୍ରୀମଦ୍ ଭାଗବତ , ଶ୍ରୀମଦ୍ ଭଗବତ୍ ଗୀତା ର ରଚନା ଓ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ସୂର୍ଯ୍ୟକାନ୍ତ ମହାପାତ୍ର ,

ବରିଷ୍ଠ ଓକିଲ , ବିଦ୍ୟାର୍ଥୀମାନଙ୍କୁ ଛୋଟ ଗପ ମାଧ୍ୟମରେ ବ୍ୟାସଦେବଙ୍କ ଗୁରୁଭକ୍ତି , ଗୁରୁ ପୂଜନ ଓ ଅନ୍ୟ ଏକ ଗପ ମାଧ୍ୟମରେ ସ୍ତ୍ରୀ, ଶୁଦ୍ର ଓ କଳି ଯୁଗ ବି କିଭଳି ମହାନ୍ ସେ ବିଷୟରେ ବିଷଦ ଭାବେ ବୁଝାଇଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ୍ ସଂସ୍କୃତ ବିଭାଗ ମୁଖ୍ୟ ରଣପୁର କଲେଜ, ଶ୍ରୀ ପ୍ରମୋଦ କୁମାର ନନ୍ଦ ଅତିି ପ୍ରାଞ୍ଜଳ ଭାବେ ସତ୍ୟବତୀ-ପରାଶର ନନ୍ଦନ ଭଗବାନ ବ୍ୟାସଙ୍କର ଜନ୍ମ ବୃତାନ୍ତ, ତାଙ୍କ ନାମ କୃଷ୍ଣ ଦ୍ୱୈପାୟନ ହେବାର ରହସ୍ୟ ,ବେଦ ପରି ବୃହତ୍ ଗ୍ରନ୍ଥକୁ ଋଗ୍ ବେଦ- ଜୈଲ୍ୟ, ଯଜୁର୍ବେଦ -ଜୈମିନି ,

ସାମବେଦ- ବୈଶମ୍ପାୟନ ଓ ଅଥର୍ବ ବେଦ- ସୁମନ୍ତ ଆଦି ଋଷିମାନଙ୍କୁ ଯଥାକ୍ରମେ ଚାରୋଟି ଭାଗ ବା ବ୍ୟାସ କରି ସେମାନଙ୍କୁ ପ୍ରଚାର ପ୍ରସାର ପାଇଁ ଦାୟିତ୍ୱ ଦେଇଥିବାରୁ ମହର୍ଷି ବ୍ୟାସଙ୍କ ନାମ ବେଦବ୍ୟାସ ମଧ୍ୟ କୁହାଯାଏ । କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର କୃତି ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳା ର ପରିଚାଳନା ସମିତିର ବରିଷ୍ଠ ସଦସ୍ୟ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଗଡଜାତ ବ୍ରହ୍ମଣ ପରିଷଦର ପ୍ରମୋଦ କୁମାର ଦାଶ, ଶୋଭାର କର୍ମକର୍ତା ରଙ୍ଗନାଥ ଦାଶ , ଆଶୁତୋଷ ଷଢଙ୍ଗୀ, ଓମ୍ ପ୍ରକାଶ ମହାପାତ୍ର, ପୁଷ୍ପାଞ୍ଜଳୀ ଷଡଙ୍ଗୀ, ଅରୋସ୍ମିତା ମହାପାତ୍ର, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ମହିଳା, ରଣପୁର କଲେଜର ଛାତ୍ରଛାତ୍ରୀ , କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପୂର୍ବତନ ଛାତ୍ର ବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧିବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

No Result
View All Result