No Result
View All Result
୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ “ସୃଜନିକା” ତରଫରୁ ବ୍ଲକ୍ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାର ରବିବାର ସକାଳ 10 ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଅନୁଷ୍ଠିତ ହେlଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ l ସମ୍ମlନିତ ଅଥିତି ଭାବେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ୩୩ ଜଣ ଅଂଶଗ୍ରହଣ କରିଥିଲେ l

ବିଚାରକ ଭାବେ ଅରବିନ୍ଦ ବାରିକି, ଶ୍ରାବରୀ ପରମଗୁରୁ ଯୋଗ ଦେଇଥିଲେ।ଜିଲ୍ଲା ସ୍ତରକୁ ପ୍ରାଚୀ ବେହେରା, କରିଶ୍ମା ବେହେରା, ସାଇଶ୍ରୀ ପାତ୍ର, ସୋନାଲି ବେହେରା, ମନୋନୀତ ହୋଇଛନ୍ତି।ନୃତ୍ୟର ସମୟ ସୀମା ୩ ମିନିଟ୍ ରଖାଯାଇଥିଲା l ନୟାଗଡ ଜିଲ୍ଲାର ପିଲାମାନଙ୍କର ଏହି ନୃତ୍ୟ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ସୃଜନିକାର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରକାଶ କରିଥିଲେ। ପରିଷଦର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ,ସମାଜସେବୀ ଦାମୋଦର ସାହୁ ,ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଥିଲେ l

No Result
View All Result