୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ସ୍ବର୍ଗତ ବଂଶୀଧର ଦାସ ଥିଲେ ସାମ୍ୟବାଦୀ ନେତା l କର୍ମ ମୟ ଜୀବନ ଭିତରେ ପ୍ରଥମେ ଶିକ୍ଷକତା କରି ଆଇନ ବିଦ୍ୟାଦାନ କରିଥଲେ ହେଁ ଖଟିଖିଆ ମେହେନତି ମଣିଷର ନାର୍ଯ୍ୟ ଦବି ପାଇଁ ଅହରହ ସଂଗ୍ରାମ କରୁଥିଲେ ବୋଲି ଶନିବାର ବିରିଡି ବ୍ଲକ ବାଇଶି ମୌଜା ଚାଷୀ ଖଣ୍ଡ ବଂଶୀଧର ଦାସ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସ୍ବର୍ଗତ ବଂଶୀଧର ଦାସ ଚର୍ତୁଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତl ମାନେ ମତବ୍ୟକ୍ତ କରିଛନ୍ତି l
ପରିଷଦର ସଭାପତି ଅରୁଣ କୁମାର ଦାସ ଙ୍କ ସଭାପତିତ୍ୱରେ ଚାଷୀଖଣ୍ଡ ମଣ୍ଡପ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧlୟକ ଡ଼. ରମାକାନ୍ତ ଭୋଇ, ବରଣ୍ୟ ଅତିଥିତି ଭାବେ ଡ଼. ଶ୍ରୀଚରଣ ଦାସ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସ୍ବର୍ଗତ ଦାସଙ୍କ ଜ୍ୟେଷ୍ଠ ପୁତ୍ର ମାନବିକ ଅଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ, ସରପଞ୍ଚ ଯୁଧିଷ୍ଠିର ବେହେରା, ଗୀତି କବି ବାମଦେବ ସ୍ୱାଇଁ ସାମାଜିକ କର୍ମୀ ଦେବୀ ପ୍ରସାଦ ତ୍ରିପାଠୀ, ସ୍ବର୍ଗତ ଦାସ ପତ୍ନୀ ଦୀପ୍ତି ଦାସ,
ପୁତ୍ର ନମିତାବ ଦାସ, ଅନୁଷ୍ଠାନର ସମ୍ପାଦକ ବିଭୁତି ରାୟ, କୋଷାଧ୍ୟକ୍ଷ୍ୟ ଦିଲୀପ ସ୍ୱାଇଁ, ଗୟାଧର ମହାନ୍ତି, ସିପିଆଇ ଏମ ର ଲୋଭା କାନ୍ତ ସ୍ୱାଇଁ, କାଳନ୍ଦୀଚରଣ ବସ୍ତିଆ ନନ୍ଦକିଶୋର ବସ୍ତିଆ, ରବୀନ୍ଦ୍ର ସାହୁ, ଜୟ ଦେବ ଜେନା, ଗଣେଷ ଚନ୍ଦ୍ର ମାଣିଆ, ଡ଼. ଭାରତୀ ବେହେରା, ବିଜୟ ପ୍ରଶନ ଦାସ, ଶ୍ୟାମସୁନ୍ଦର ପାଇକ ରାୟ ପ୍ରମୁଖ ଯୋଗଦେଇ ଉପରୋକ୍ତ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ l ତେବେ ଵିଧlୟକ ଡ଼. ଭୋଇ କହିଲେ ବଂଶୀଧର ବାବୁଙ୍କ ଲକ୍ଷ ଓ ସ୍ବପ୍ନ ଥିଲା 22 ମୌଜାର କିପରି ଉନ୍ନତି ହେବ l
ତାଙ୍କର ସ୍ବପ୍ନ ଏହି 5 ବର୍ଷ ଭିତରେ ସାକାର ହେବାକୁ ଯାଉଛି l ଆମେ ସମସ୍ତେ ମିଳିମିଶି 22 ମୌଜା ର ଉନ୍ନତି ରଥକୁ ଆଗେଇ ନେବାବୋଲି ଆହ୍ୱାନ ଦେଇଥିଲେ l ଏହି ଅବସରରେ ଅତିଥି ମାନେ ସ୍ବର୍ଗତ ଦାସ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଅନୁଷ୍ଠାନ ପକ୍ଷରୁ ଡ଼. ଶ୍ରୀଚରଣ ଦାସ, ଡ଼. ରମାକାନ୍ତ ଭୋଇ, ଦିଲୀପ ସ୍ୱାଇଁ, ଦଶମ ଶ୍ରେଣୀ ଛାତ୍ର ଆଦିତ୍ୟ ମହାରଣା ଙ୍କୁ ମାନପତ୍ର, ଉପ ଢୌକନ, ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଇଯାଇଥିଲା l ଏଥିସହ ପ୍ରଧାନ ଶିକ୍ଷକ ବେଣୁଧର ବେହେରା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା l ଶେଷରେ କାଳନ୍ଦୀ ଚରଣ ବସ୍ତିଆ ଧନ୍ୟ ବାଦ ଦେଇଥିଲେ l