୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ନିଜ ବାସ ଭବନରେ ଆଜି ପୂର୍ବତନ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ବରୀ କଵାସୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳନ କରାଯିବା ସହ ତାଙ୍କ ପ୍ରତିମୁର୍ତ୍ତି ଉନ୍ନୋଚନ କରାଯାଇଛି ।
ଏହି ଅବସରରେ ପ୍ରଥମେ ଉପସ୍ଥିତ ଅତିଥି ବୃନ୍ଦ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳୀ ଦେଇଥିଲେ । ପରେ ଏକ ସଭା ଆୟୋଜନ କରାଯାଇଥିଲା । ଆଜିକୁ ଠିକ୍ ବର୍ଷକ ତଳେ ତାଙ୍କର ମୁତ୍ୟୁ ହୋଇଥିଲା । ରାଜେଶ୍ବରୀ କଵାସୀ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୂପେ କାର୍ଯ୍ୟ ସଂପାଦନ କଥିଲେ । ସେ ଜଣେ ବିଜେଡି ଜିଲ୍ଲା ସଭାନେତ୍ରୀ ମଧ୍ୟ ଥିଲେ ।
ସେ ସରଳ,ଦକ୍ଷ, କର୍ମଠ, ପରୋପକାର ଓ ନିଷ୍ଠାବାନ ସମିତି ଅଧ୍ୟକ୍ଷା ଥିଲେ । ରାଜେଶ୍ବରୀ କବାସୀ ନାକା ନାହାମଙ୍କ ଧର୍ମ ପତ୍ନୀ ଓ ସ୍ବର୍ଗତ ପୂର୍ବତନ ବିଧାୟକ ନାକା କାନାୟାଙ୍କ ଵୋହୁ ଥିଲେ । ଆଜିର ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ନିଜ ନାକା ପରିବାର, ବନ୍ଧୁ ବାନ୍ଧବ, ବିଭିନ୍ନ ଅଞ୍ଚଳର ତୃଙ୍ଗ ଵିଜେଡି ନେତୃବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।