୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ପାରଳାଖେମଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଲଖାରି ଅଭୟାରଣ୍ୟରେ ବେଆଇନି ଶିକାର କରୁଥିବା ବେଳେ ଦେଶୀ ବନ୍ଧୁକ ସହ ୪ ଶିକାରୀଙ୍କୁ ଶୁକ୍ରବାର ବନବିଭାଗ ପକ୍ଷରୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଉଛି । ଅଭିଯୁକ୍ତମାନେ ହେଲେ ମୋହନା ବ୍ଳକ ଢେପାଗୁଡା ପଞ୍ଚାୟତ ଶ୍ରୀରାମପୁର ଗାଁର ପୂଣ୍ଣଚନ୍ଦ୍ର ମଣ୍ଡଳ, ଅଭିମନ୍ୟୁ ମଣ୍ଡଳ ଓ ତ୍ରିନାଥପୁର ଗାଁର ଦିବାକର ରଇତ ଓ ଦେବରାଜ ରଇତ ।
















