ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) କଳାହାଣ୍ଡି :- ନର୍ଲା ନିକଟସ୍ଥ ରେଗିଡିମାଲ ଠାରେ ଆଦିବାସୀ ସଂଘ ନର୍ଲା ବ୍ଲକ ତଥା ବୀର କମଳ ମଇଦାନ ଅସୁରଗଡ ସଂଘ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଥିଲା । ଆଦିବାସୀ ସଂଘ ସଭାପତି ଶ୍ରୀ ରଣଜୀତ ମାଝୀ, ସଭାପତି ଶ୍ରୀ ଦୁର୍ଯୋଧନ ମାଝୀ, ଭୀମା ପତ୍ରିକାର ପ୍ରତିଷ୍ଠାତା ଶ୍ରୀ ମେଦିନୀ ଧରି ଜାନୀ, ଅମର ସିଂହ ମାଝୀ,ପଦ୍ମନ ପାତ୍ର,କିଶୋର ମାଝୀ , ଅଭିମନ୍ୟୁ ମାଝୀ, ହରିବନ୍ଧୁ ମାଝୀ ,ମୋହନ ମାଝୀ ଉଗ୍ରସେନ ମାଝୀ, ଜଗତ ମାଝୀ ପ୍ରମୂଖ ଯୋଗଦାନ କରିଥିଲେ। କରୋନା ମହାମାରୀରେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରି ସମସ୍ତେ ଉପସ୍ଥିତ ହୋଇଥିଲେ । ଆଲୋଚନା ସଭାରେ ବିଶ୍ବ ଆଦିବାସୀ ଦିବସଟିକୁ ସରକାରୀ ଛୁଟି ଦିବସ ରୂପେ ଘୋଷଣା ପାଇଁ ସମସ୍ତଙ୍କ ଦାବି ହୋଇଥିଲା । ଏଥିରେ ଆଦିବାସୀ ଅଧିକାରୀ ଉପରେ ଆଲୋଚନା କରି ଶିକ୍ଷା ପାଇଁ ଗୁରୁତ୍ବ ଆରୋପ କରାଯାଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ)