No Result
View All Result

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଠାରେ ଥିବା ମାଳିକା ବର୍ଣ୍ଣିତ ଧ୍ୟାନକୁଦ ପୀଠରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ରେ ଚତୃଦ୍ଧା ମୂର୍ତ୍ତିଙ୍କର ନୀଳାଦ୍ରି ବିଜେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l

ବାହୁଡା଼ଠାରୁ ଶ୍ରୀଜୀଉ ମାନେ 3 ଦିନ ଧରି ରଥ ଉପରେ ରହିବାପରେ ବୁଧବାର ସୁନାବେଶ, ଗୁରୁବାର ରାତିରେ ଅଧର ପଣା ଓ ଶୁକ୍ର ବାର ଦୈତାପତି ସେବକ ମାନଙ୍କ ଦ୍ୱାରା ଗୋଟି ପହଣ୍ଡିରେ ଶ୍ରୀଜୀଉ ମାନେ ରତ୍ନ ସିଂହାସନକୁ ବିଜେ କରିଥିଲେ l

ଏହି ପରିପ୍ରେକ୍ଷୀରେ ଶ୍ରୀଜଗନାଥଙ୍କୁ ପହଣ୍ଡି ବେଳେ ସିଂହ ଦ୍ୱାର ସମ୍ମୁଖରେ ମା ‘ ଲଷ୍ମୀଙ୍କୁ ରସଗୋଲା ଭୋଗ ଦେବାପରେ ମା ‘ ଲଷ୍ମୀଙ୍କ ମାନଭଞ୍ଜନ ହୋଇଥିଲା l ପରେ ଶ୍ରୀଜଗନାଥଙ୍କୁ ସିଂହାସନରେ ଉପଵେଶନ କରାଯାଇଥିଲା l ପରେ ଶ୍ରୀଜୀଉ ମାନଙ୍କୁ ବେଶ କରାଯାଇ ଦୈତାପତି ସେବକ ମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଶେଷରେ ଦୈତାପତି ସେବକ ମାନଙ୍କ ମୁଖ୍ୟ ସେବକ ବିଶ୍ୱାବସୁ ବିଭୁଦତ୍ତ ସାହୁ, ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କୁ ଶଙ୍କରା ଚାର୍ଯ୍ୟ ବାବା ଅରକ୍ଷିତ ଦାସ,

ପାଟରାଜା ପ୍ରଭାତ କୁମାର ନନ୍ଦୀ, ମୁଦିରସ୍ତ ବିଜୟ ମିଶ୍ର, କୋଠ କରଣ ବାମଦେବ ସ୍ୱାଇଁ, ମନ୍ଦିର କରଣ ରୁପେଶ କର, ବିଦ୍ୟାପତି ବିଷ୍ଣୁ ମିଶ୍ର ଙ୍କ ଉପସ୍ଥିତରେ ଦାଇତ୍ୱ ହସ୍ତାନ୍ତର କରିଥିଲେ l ଏହି ଅବସରରେ ମନ୍ଦିରର ନୂତନ ଆନନ୍ଦ ବଜାର ଗୃହ କୁ ଶଙ୍କରା ଚାର୍ଯ୍ୟ ବାବା ଦାସ, ପାଟରାଜା ନନ୍ଦୀ,ବିଶ୍ୱାବସୁ ସାହୁ ଉଦ୍ଘାଟନ କରିଥିଲେ l ସମସ୍ତ ଦୈତାପତି ସେବକ ମାନେ ଉପସ୍ଥିତ ଥିଲେ l ବହୁ ସାଧୁ ସନ୍ଥ ଭକ୍ତ ଯୋଗ ଦେଇଥିଲେ l ମନ୍ଦିର ଚତୃ ପାର୍ଶ୍ଵ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l
No Result
View All Result