ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ପାରଳାଖେମୁଣ୍ଡି :- ବ୍ରହ୍ମପୁର କପିଳେଶ୍ବର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ବତୀ ସାହୁ ବୟସ ପ୍ରାୟ 70 ବର୍ଷ । ଆଜି ତାଙ୍କରି ଅକାଳ ବିୟୋଗ ଘଟିଲା । କାଳେ କରୋନା ହୋଇଥିବ ଭାବି ତାଙ୍କରି କେହି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନାହିଁ, ଏହି ଖବର ବ୍ରହ୍ମପୁର ବିଧାୟକଙ୍କ ନଜରକୁ ଆସିଥିଲା, ଓଡିଶା ମୋ ପରିବାର ତରଫରୁ ବିଧାୟକ ମହୋଦୟ ନିଜେ ବିଜୁ ଜନତା ଦଳ ର କିଛି ସଦସ୍ୟଙ୍କୁ ନେଇ ଉକ୍ତ ସ୍ଥାନରେ ଉପସ୍ଥିତ ହୋଇ ,
ଅସହାୟ ଗରୀବ ମହିଳାଙ୍କ ଶବ ସତ୍କାର ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସମାପନ କରାଇଥିଲେ । ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଏହି ମହାନ୍ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି, ଏବଂ ବିଧାୟକ କରିଥିବା ସମସ୍ତ ସାହାଯ୍ୟ ସହାୟତା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । (ରିପୋର୍ଟ- ଗରୁଡ଼ ଧ୍ୱଜ ଚୌଧୁରୀ)