No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ର ଷଷ୍ଠ ସାଧାରଣ ବୈଠକ ଗୁରୁବାର ସମିତି ଗୃହରେ ଅନୁଷ୍ଠିତ ହୋଇ ଯାଇଛି l ବିଡ଼ିଓ ବିଜୟ କୁମାର ବେହେରା ବୈଠକରେ ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷା ମମତା ପାତ୍ର, ଉପାଧ୍ୟକ୍ଷ୍ୟl ପିନାକୀ ପ୍ରିୟଦର୍ଶିନୀ, ଏମପି ବିଭୂପ୍ରସାଦ ତରାଇ, ବିଧାୟକ ଡ଼. ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ଆତ୍ମା ର ଅଧକ୍ଷ ପ୍ରତାପ ବେହେରା ଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ l ବିଶେଷକରି ଗ୍ରାମୀଣ ଆବାସ ଯୋଜନା, ବିଦୁ୍ତବିଭାଗ, ଆଇସିଡ଼ିଏସ, ମିଶନ ଶକ୍ତି ଓ ଜୀବିକା ମିଶନ, ମନରେଗା, ଗ୍ରାମ୍ୟ ପରିମଳ ପାନୀୟ ଜଳ ଏବଂ ବିଭିନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା l
ପ୍ରଥମେ ବିଧାୟକ ଡ଼. ଭୋଇ ସମସ୍ତ ଜନପ୍ରତିନିଧି ଦଳଗତ ନିର୍ବିଶେଷରେ ମିଳିମିଶି ଜନସାଧାରଣ ଙ୍କ କାମ କରିବାକୁ ଆହ୍ୱାନ ଦେଇଥିଲେ l ସେହିପରି ଏମପି ଶ୍ରୀ ତରାଇ ସରକାରଙ୍କ ଯୋଜନା ଯେପରି ଠିକ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚେ ସେସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ବର୍ତମାନ ସୁଦ୍ଧା ଆବାସ ଯୋଜନା ରେ ବ୍ଲକକୁ 595ଟି ଗୃହ ଆସିଥିବାବେଳ ସେଥିରୁ 502 ଟି ସରିଛି l 93 ଟି ପଡ଼ିରହିଛି ବୋଲି ବିପିସି ମଧୁସ୍ମିତା ବିଶ୍ୱାଳ କହିଥିଲେ l ବାଇଶି ମୌଜା ରେ ଦୈନିକ ଘଣ୍ଟା ଘଣ୍ଟା ଧରି ଲାଇନ କାଟୁଥିବା ସରପଞ୍ଚ ଯୁଧିଷ୍ଠିର ବେହେରା ପ୍ରକାଶ କରିଥିଲେ l ତେବେ ନିମ୍ନ ମାନର ତାର ଓ ଇନ୍ସଲୁଟର ଲାଗିଥିବାରୁ ଲାଇନ କଟୁଛି ବୋଲି ଅଭିଯୋଗ କରିଥିଲେ l
ଜେଇ ପୁଲିନ ମଲ୍ଲ କହିଲେ ସେଗୁଡିକ ପୁରୁଣା ହେଲାଣି ସେଗୁଡିକ ପରିବର୍ତନ ପାଇଁ ଆମେ ଆକଳନ ପଠାଇଛୁ ସାଂକ୍ସନ ଆସିଲେ ନୂଆ କାମହେବ l ଏମପି, ଏମ ଏଲ ଏ ଅର୍ଥରେ ଲାଗିଥିବା ହାଇମାସ ଲାଇଟ ଗୁଡିକ ଅଳ୍ପଦିନ ଜଳି ଖରାପ ହୋଇ ପଡୁଛି ବୋଲି ଯୁଧିଷ୍ଠିର ବେହେରା ଓ ସମିତିସଭ୍ୟ ରଞ୍ଜନ ବେହେରା ବିଡ଼ିଓ ଙ୍କୁ କହିଥିଲେ l ବିଡ଼ିଓ ବେହେରା ସେଗୁଡିକ 3ବର୍ଷ କମ୍ପାନୀ ମରାମତି କରିବା ନିୟମ ଅଛି l ଯଦି ସମୟ ଥାଏ ତେବେ ନୂତନ ବଲ ଲଗାଯାଇ ପାରିବ ଏହି ଭଳି ଥିଲେ ଲେଖିକି ଦିଅନ୍ତୁ ବୋଲି କହିଥିଲେ l ବ୍ଲକରେ ମୋଟ 170ଟି ଅଙ୍ଗନ ୱାଡି କେନ୍ଦ୍ର ରହିଛି ସେଥିରୁ 2ଟିରେ କର୍ମୀ ନାହାନ୍ତି l
106 ଟି ର ନିଜସ୍ୱ ଘର ଅଛି,11ଟିକେନ୍ଦ୍ର ସ୍କୁଲ ରେ ଚାଲିଛି,22ଟି ଘର ଅଧା ପଡିଛି,6ଟି ଆରମ୍ଭ ହୋଇନି,25ଟି ଘର ଜାଗା ନଥିବାରୁ ଘର ହୋଇ ପାରୁନାହିଁ ବୋଲି ସୁପରଭାଇଜର ପ୍ରତିମା ସ୍ୱାଇଁ ଗୃହକୁ ଜଣାଇଥିଲେ l ମିଶନ ଶକ୍ତି ଜରିଆରେ ବ୍ଲକ ରେ କେତେଗୁଡିଏ ମହିଳା ଏସ ଏଚ ଜି ଗ୍ରୁପ କାର୍ଯ୍ୟକରି ଆତ୍ମନିର୍ଭର ଶିଳ ହୋଇଛନ୍ତି ସେଥି ମଧ୍ୟରୁ ଗୌରୀ ପ୍ରଡୁସର ଗ୍ରୁପ ଡ୍ରେସ କରି, ଅବଦୁଲ କଲାମ ଗ୍ରୁପ ମାଛ ଚାଷ, ଜୟ ମା ଲକ୍ଷ୍ମୀ ଗୁପ ମାଛ ଚାଷ କରି ଉପକୃତ ହୋଇଥିବା ବ୍ଲକ ସଂଯୋଜକ ମିଶନଶକ୍ତି ବିଜୟ ରଣା କହିଥିଲେ l
କେଉଁ ଆର୍ଥିକ ବର୍ଷରେ କେଉଁ ଯୋଜନାରେ କେତେ ଅର୍ଥ ବ୍ଲକ ଉପର ମହଲା ରେ ଖର୍ଚ୍ଚ ହୋଇଛି ସଭ୍ୟ ରଞ୍ଜନ ବେହେରା ପ୍ରଶ୍ନ କରିଥିଲେ ଉତ୍ତରରେ ବିଡ଼ିଓ ବେହେରା ସମୟ ଅଭାବରୁ ପରେ ଆସି ବୁଝି ଯିବେ ବୋଲି କହି ଥିଲେ l ପାନୀୟ ଜଳ ପ୍ରକଳ୍ପ ରେ ମୋଟ 24ଟି ପ୍ରକଳ୍ପ ଚାଲୁଚି ବୋଲି କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ସ୍ୱାଇଁ କହିଥିଲେ l ବହୁ ସ୍ଥାନରେ ପାଣି ଲୋକଙ୍କ ଘରେ ପହଂଚୁ ନାହିଁ ବୋଲି କେତେକ ସରପଞ୍ଚ ଅଭିଯୋଗ କରି ଥିଲେ ସେଗୁଡିକ ସମାଧାନ କରାଯିବ ବୋଲି କନିଷ୍ଟ ଯନ୍ତ୍ରୀ ସ୍ୱାଇଁ କହିଥିଲେ l ଶେଷରେ ଜିଲ୍ଲାପରିଷଦ ସଭ୍ୟ ଦାଶ ଧନ୍ୟବାଦ ଦେଇଥିଲେ l
No Result
View All Result