No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ମାମଲା ୠଜୁହେବ କହି କୈଫତ ମାଗିଥିଲେ l ପରେ ପରେ ବରଡା ମୌଜା ର ମାଳ ଗଡା ଓ ରାହାଡ଼ ପୁର ପାହାଡ଼ର ୨ ୫ ଏକର ଖାଦାନ ରୁ ପ୍ରହଲ୍ଲାଦ ଲେଙ୍କା (କପିଳା ) ଦିନରାତି କୋଟିକୋଟି ଟଙ୍କା ଲୁଟି ଖାଇଥିବା ଖାଦାନକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ l ଏବଂ ନିକଟରେ ଥିବା ପ୍ରଶାସନ ଓ ଖଣି ବିଭାଗୀୟ କତୃପକ୍ଷ ଙ୍କୁ ଏହାର ଜବାବ ମାଗିଥିଲେ l ଏହି ଦୁଇଟି ଖାଦାନ ରୁ କୋଟିକୋଟି ଟଙ୍କା ରାଜସ୍ୱ ର ଟିକସ ଫାଂକି ହୋଇଥିଲେ ମଧ୍ୟ ସରକାର ଏବଂ ଖଣି ଓ ରାଜସ୍ବ ବିଭାଗ ଏହାପ୍ରତି ଅନୁକମ୍ପା ଦେଖାଇବାର କାରଣ କଣ ହୋଇଥାଇପାରେ ବୋଲି ବିଧାୟକ ଶ୍ରୀ ହିମାଂଶୁ ତାଗିତ କରିଥିଲେ l
ବିଶେଷ କରି ପ୍ରହଲ୍ଲାଦ ଲେଙ୍କା ଏତେ ଖାଦାନ ରୁ ପଥର ଲୁଟ କରିଥିବାବେଳେ ତାହାର ଟିକସ କାହିଁକି ଏତେ କମ ହୋଇଛି ବୋଲି ପ୍ରଶ୍ନ କରିବା ସହ ପୂନର୍ବର ସର୍ଭେ କରିବାପାଇଁ ଦାବି କରିଥିଲେ l ଏବଂ ରାଜସ୍ୱ ଆଦାୟ ନହେଲେ ସେମାନଙ୍କ ଉପରେ ଦୃଢ କାର୍ଯନୁଷ୍ଠାନ ହେବାପାଇଁ ବିଭାଗୀୟ କତୃପକ୍ଷ ପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ l ଏହାଛଡା ଲୁଣିବେର ପାହାଡ଼ ଠାରୁ ଗଂଗେଇ ଡ଼ୁବୁରୀ, ମାଳଗଡ଼ା, ଡଙ୍କାରୀ, ରାହାଡ଼ପୁର ଖାଦାନ ଯାଞ୍ଚ ବେଳେ ଦୁଇଟି କ୍ରସର କୁ ବନ୍ଦ କରିବା ସହ ଦୁଇଟି ହିଟାଚି ମେସିନ ମଧ୍ୟ ଅଟକ ରଖଯାଇଥିଲା l
ଏବଂ ଜେବି ଏସ ପି କ୍ରସର ର ସମସ୍ତ ଆବଶ୍ୟକିୟ କାଗଜପତ୍ର ନ ଥିବାରୁ ଜେନାପୁର ପୁଲିସ କ୍ରସର ର ମ୍ଯାନେଜର କୁ ଅଟକ ରଖିଥିବା ଜଣାପଡିଛି l ଅନ୍ୟାନ ମାନଙ୍କ ମଧ୍ୟରେ ବିଜେପିନେତା ଶିବୁଲି ଧୀର, ଚିକୁ ବଳ, ବୁବୁ ଯେନାମଣି, ସୁରେଶ ନାୟକ, ସାବିତ୍ରୀ ସାହୁ ଏବଂ ମଧୁପୁର ପଞ୍ଚାୟତ, ସମ୍ପାରୁ ଓ ମହିଷରା ର ଶତାଧିକ ସ୍ଥାନୀୟ ଲୋକ ଋଣ୍ଡ ହୋଇଥିଲେ l
No Result
View All Result