ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଭବାନୀପାଟଣା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟଚିକିତ୍ସାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼ଙ୍କ ନେତୃତ୍ୱ ଓ ସଂଗଠନ ବଳରେ ଆଜି 57 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ, ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ସେଠ,
ଛାତ୍ର ସଭାପତି ଅବିନାଶ ଠାକୁର, ଚିତ୍ତରଞ୍ଜନ ମଣ୍ଡଳ, ନଗର ସଭାପତି ଧବଳେଶ୍ୱର ମହାପାତ୍ର, ପ୍ରଶାନ୍ତ ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ (ପୁସୁ ), ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ, ଉପସଭାପତି ପ୍ରଦୀପ ମୁଣ୍ଡ, ବରିଷ୍ଠ ଉପସଭାପତି ଭବାନୀଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ଆଦିତ୍ୟ ନନ୍ଦ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ମହିଳା ସଭାନେତ୍ରୀ କଲ୍ୟାଣୀ ନାଏକ, ସମିତା ନାଏକ, ସାଧାରଣ ସମ୍ପାଦକ
ରବି ପଟ୍ଟନାୟକ, ସେନାପତି ନାଏକ, ମନୀନ୍ଦ୍ର ମହାନ୍ତି, କୁନମୁନ ଦାସ, ଅରୂପ ବିଶୋଇ, ଖୁସିରାମ ସାହୁ,ଗଙ୍ଗାଧର ପ୍ରଧାନ, ସୁନୀଲ ଗହୀର, ଭକ୍ତ ଚରଣ ମୁନି, ଦେପୁର ପଂଚାୟତ ଯୁବ ସଭାପତି ନିରାକାର ରାଉତ ପ୍ରମୁଖ ନିଜର ବହୁମୂଲ୍ୟ ସମୟ ଦାନ କରି ଏହି ରକ୍ତଦାନ ଶିବିରକୁ ସାଫଲ୍ୟ କରିଥିଲେ । (ରିପୋର୍ଟ ଛାୟାକାନ୍ତ ନାଏକ)