


ଆସିକା (ଓଡିଶା ତାଜା ନିଉଜ୍) ରିପୋର୍ଟ ସୁକାନ୍ତ କୁମାର ବେହେରା – ଆସିକା :– ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହା ମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇଛନ୍ତି, ଛାତ୍ରଛାତ୍ରୀ ମାନଙ୍କୁ ହସିବାର ସୁଯୋଗ ଦେବା ପ୍ରତେକ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି, ଏହି ଅନୁଷ୍ଠାନର ଶତ ବାର୍ଷିକୀ ପାଇଁ ସେ ତାଙ୍କର ଶ୍ରଦ୍ଧା ଓ ଶୁଭେଚ୍ଛା ଜଣାଇଥିଲେ l ଅନ୍ୟତମ ଅତିଥି ଭାବେ ଆଇନ୍ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଆଜି ଭଳି ଦିନରେ ଶତ ବାର୍ଷିକୀ ପାଳନ କରୁଥିବା ଯୋଗୁଁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ l ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଜନସାଧାରଣ ଅଗ୍ରସର ହେବା ସହ ପିଲା ଓ ଶିକ୍ଷକ ବିକାଶ ପାଇଁ ସମସ୍ତେ ଆଗଭର ହେବା ଆବଶ୍ୟକ ବୋଲି ମତ ଦେଇଥିଲି |କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କୁ ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶି ଲାଲ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହିତ ଏହି ବିଦ୍ୟାଳୟ ଦୀର୍ଘ ଶହେ ବର୍ଷ ପୂରଣ କରିଥିବା ଯୋଗୁଁ ଏ ପ୍ରକାର ଉତ୍ସବ ପାଳନ କରୁଥିବା ଯୋଗୁଁ ସାଧୁବାଦ ଜଣାଇବା ସହ ଶିକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲି, ଶତବାର୍ଷିକ ମୁଖପତ୍ର ‘ସୁଧ ସର୍ଜନା’ କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ l ଅନ୍ୟତମ ଅତିଥି ରୂପେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇଥିଲେ |