No Result
View All Result
୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ହେଉଛି ବନ୍ୟା ପ୍ରପୀଡ଼ିତ ଅଞ୍ଚଳ l ବର୍ଷାଦିନ ଆସିଥିବାରୁ ନଦୀମାନଙ୍କରେ ବନ୍ୟା ଆସିବାର ସମ୍ଭାବନା ରହିଛି l ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ, ଇଣ୍ଟରନାଲ ଭିଜିଲାନ୍ସ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ସାମଲ ଙ୍କୁ ରାଜ୍ୟ ସରକାର ଜଗତସିଂହପୁର ଜିଲାରେ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି l ଶ୍ରୀ ସାମଲ ବୁଧବାର ଜଗତସିଂହପୁର ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଧୀନରେ ଥିବା ଦଳାଇଘାଇ ସେକ୍ସନ ଠାରେ ପହଂଚି ଥିଲେ l
ତାଙ୍କ ସହ ଅଧିକ୍ଷଣଯନ୍ତ୍ରୀ ପ୍ରଦୀପ କୁମାର ନାୟକ, ସହକାରୀ ନିର୍ବାହୀଯନ୍ତ୍ରୀ ସିଦ୍ଧାର୍ଥ ଜେନା, ଦଳାଇଘାଇ ସହକାରିଯନ୍ତ୍ରୀ ଆନନ୍ଦ ବେହେରା, ଶଙ୍ଖାରିସାହି ସହକାରିଯନ୍ତ୍ରୀ ସାଗରୀକା ବେହେରା, ଉପସ୍ଥିତ ଥିଲେ ପ୍ରଥମେ ଦଳାଇଘାଇ ଗଜ ନିକଟରେ ପହଂଚି ସେଠାକାର ପରିସ୍ଥିତି ଦେଖିଥିଲେ l ସେଠାରୁ 6ନମ୍ବର ବୁରୁଜ, ବଗୁଲା, କଣ୍ଟାପଡା, ଧ୍ୟାନକୁଦ ଓ ଅଷ୍ଟଶମ୍ଭୁ ମନ୍ଦିର ପାଖ ଦେଖିଥିଲେ l ପରେ ଶଙ୍ଖାରିସାହି ସେକ୍ସନ ପାଖରୁ ଦେବିନଦୀର ବାମପଟ ବନ୍ଧ କାଉପଡା, ଅଲିପଡ଼ା, ବାଇପଦl, ବମ୍ବିଲ, ବାରଡ଼ିଆ, ନୀଳମହଲ ଯାଇଥିଲେ l ବନ୍ଧ କଦର୍ଯ୍ୟ ହୋଇଥିବାରୁ ତାହାସହିତ ନୀଳ ମହଲ ଉପର ମୁଣ୍ଡରେ ପାଣି ଗଦା ହୋଇଥିବାରୁ ସମ୍ପୃକ୍ତ ସହକାରିଯନ୍ତ୍ରୀ ଶ୍ରୀମତୀ ବେହେରା ଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ l
ସେଠାରୁ ନଅରବାରି, ବାଗଲପୁର, ବାଟ ଦେଇ ମଇନ୍ଦୀ ପୁର ପାଖରେ ପହଂଚି ତୁରନ୍ତ କାଦୁଅ ହୋଇଥିବା ବନ୍ଧରେ ମେଟାଲ ପକାଇ ଯାତାୟତ ଉପଯୋଗୀ କରିବାକୁ ସହକାରୀ ଯନ୍ତ୍ରୀ ଶ୍ରୀମତୀ ବେହେରାଙ୍କୁ ନିର୍ଦେଶ ଦେବାସହ ପ୍ରତେକସେକ୍ସନ ଅଧୀନରେ ବାଲି ମହଜୁଦ ରଖିବାକୁ ପରାମର୍ଶଦେଇଥିଲେ l ସେଠାରୁ ସର୍ବୋଚ୍ଚ ଯନ୍ତ୍ରୀ ସାମଲ ଆଳିପିଙ୍ଗଳ ଦେଇ ବାଲିକୁଦାର ତାଳଦା, ଶିଖର, ବନ୍ଧ ଦେଖିବାସହ ମାଛଗାଁ ସେକ୍ସନ ଅଫିସ ବୁଲିଦେଖିଥିଲେ l ତତ ସହ ବିଭିନ୍ନ ଡ୍ରେନ ଵେବସ୍ତା ବୁଲିଦେଖିଲେ l ଗତକାଲି ସର୍ବୋଚ୍ଚଯନ୍ତ୍ରୀ ମହାନଦୀ ସାଉଥ ର କ୍ରିଷ୍ଣାନନ୍ଦପୁର, ଶଙ୍ଖେଶ୍ୱର, କୋଲର, ହଂସୁରା, ବାଲିକଣି ବନ୍ଧ ଦେଖିବାସହ ପାଇକା ଓ ହଂସୁଆ ନଦୀ ବୁଲି ଦେଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଯନ୍ତ୍ରୀ ମାନଂକୁ ନିର୍ଦେଶ ଦେଇଥିଲେ l
No Result
View All Result