୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାରରେ ରଣପୁର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର ଭାବେ ପରିଚିତ ରଣପୁରେ ଆଜି ପବିତ୍ର ବଡ ଏକାଦଶୀରେ ଲକ୍ଷାଧୀକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । କିମ୍ବଦନ୍ତୀ ଓ ମାଦଳା ପାଞ୍ଜୀ ଅନୁଯାୟୀ ପୁରୀର ଷୋହଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀ ଭଳି ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତି , ବଡ ଦେଉଳ, ବଡ ଦାଣ୍ଡ ଓ ରଥଯାତ୍ରା ଅନୁଷ୍ଠିତ ହୁଏ । ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ରଣପୁରରେ ଦର୍ଶନ କଲେ ସେହି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିବର୍ଷ ବଡ ଏକାଦଶୀରେ ପ୍ରବଳ ଭିଡ ଜମେ ।

ଆଜି ପବିତ୍ର ହରିଶୟନ ଏକାଦଶିରେ ରଣପୁର ବଡଦାଣ୍ଡ ଭକ୍ତ ମୟ ହୋଇଯାଇଥିଲା । ଦିନତମାମ୍ ମେଘୁଆ ପାଗ ଯୋଗୁ ଦୂର ଦୂରାନ୍ତାରୁ ଭକ୍ତ ମାନେ ଛୁଟି ଆସିଥିଲେ । କନ୍ତୁ ଦିନତମା ତୁହାକୁ ତୁହା ବର୍ଷା ହୋଇଥିଲା । ମଧ୍ୟାହ୍ନରେ ଟାଣ ଖରା ହୋଇଥିଲେ ମଧ୍ୟ ଲୋକମାନେ ସେଥିପ୍ରତି ଖାତିରି କରିନଥିଲେ । ବଡଦାଣ୍ଡରେ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ଡୋରି ଦେଖିବାକ ମିଳିଥିଲା । ଗୁଣ୍ଡିଚାରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଗତକାଲି ଶୁଭଦ୍ରା ଙ୍କ ଦେବଦୋଳନ ଶ୍ରୀମନ୍ଦିର ନିକଟରେ ପହଥିଂଥିଲା ।

ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା । ଗତକାଲି ପଚୁଂଦୋଳ ପଡିଆରେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ଆଜି ବଡଏକାଦଶୀରେ ରଥ ଟଣା ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଟ୍ରେଜେରିରୁ ସୁନା ଅଳଙ୍କାର କାଢୁ ନଥିବାବେଳେ ତିନି ଠାକୁରଙ୍କୁ ରୁପା ବେଶରେ ସଜ୍ଜିତ କରା ଯାଇଛି । ହସ୍ତ ,ପାଦ ,କିରଟି ,ଶଂଙ୍ଖ , ଚକ୍ର , ଗଦା , ସାଙ୍ଗକୁ ବିଭିନ୍ନ ଫୁଲରେ ଶ୍ରୀଜିଉ ମାନଙ୍କୁ ଦେଖିବାକୁ ମିଳିଛି । ଏପରିକି ତିନି ରଥରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବାପାଇଁ ଲମ୍ବା ଧାଡି ଲାଗିରହିଥିବା ଦେଖିବାକୁ ମିଳିଛି । ପାଗ ଯାହାହଉନା କାହିଁକି ଭକ୍ତ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଛି ।















