ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ବରଗଡ଼ :- ପ୍ରଦେଶ କଂଗ୍ରେସ କମିଟି ର ଆହ୍ୱାନ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ବରଗଡ଼ କଂଗ୍ରେସ କମିଟି ପକ୍ଷରୁ “କ୍ରାନ୍ତି ଦିବସ” କୁ ପାଳନ କରିବାକୁ ସ୍ଥିରୀକୃତ ହୋଇ ଥିଲା । କରୋନା ମହାମାରୀ କାରଣରୁ କେବଳ ମହାପୁରୁଷ ମାନଙ୍କୁ ମାଲ୍ୟାର୍ପଣ କରିବା ସହ ସଭା ସମିତି ର କାଯ୍ୟକ୍ରମ ବାତିଲ କରା ଯାଇଥିଲା । ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ମାନେ ସଂଗ୍ରାମୀ ମାନଙ୍କୁ ମନେ ପକେଇବା ସହ ସହର ମଧ୍ୟ ରେ ଥିବା ସ୍ମୃତି ପୀଠ ଓ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ କରୋନା କଟକଣା କୁ ନଜର ରେ ରଖି ସାମାଜିକ ଦୂରତା ବଜାୟ ରଖି ବିନା କୌଣସି ସଭା ଆୟୋଜନ କରି
କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମେତ ସଶସ୍ତ୍ର ସଂଗ୍ରାମୀ ଓ ପଶ୍ଚିମ ଓଡ଼ିଶା ର ଲଢ଼ୁଆ ବୀର ସୁରେନ୍ଦ୍ର ସାଏ ଓ ଓଡ଼ିଶା ମାଟିର ବିଶିଷ୍ଟ କବି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଏହି ଅବସରରେ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କଂଗ୍ରେସ ନେତା ନିପନ୍ ଦାଶ,ପୂର୍ବ ବିଧାୟକ ନିହାର ରଞ୍ଜନ ମହାନନ୍ଦ,ସରୋଜ ଷଡ଼ଙ୍ଗୀ, ବ୍ରହ୍ମା ମହାକୁଡ, ଶୁଭେନ୍ଦୁ ସାହୁ, ପାଣ୍ଡବ କର୍ଣ୍ଣ,
ଯତିି ରଞ୍ଜନ ପୂଜାରୀ, ସୁଶିଲ ଭୋଇ, ସୁଶାନ୍ତ ସାହୁ, ଅଭିଳାଷ ପତି, କାନହା ଦାଶ, ଆଜାଦ୍ ପତି, ଅଭିଷେକ ନାୟକ, ନିହାର ବେହେରା, ସୁବ୍ରତ ନାୟକ, ଏମ୍ ଡି ଇଦ୍ରିଶ୍, ଟୁନା ମହାକୁଡ, ଜିତେନ୍ଦ୍ର ସାହୁ,ପିକୁନ ନାଏକ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାଯ୍ୟକ୍ରମ ରେ ବହୁସଂଖ୍ଯା ରେ କଂଗ୍ରେସ ପ୍ରେମି,କଂଗ୍ରେସ କର୍ମି, ଦଳୀୟ ପଦାଧିକାରୀ ସାମିଲ ହୋଇଥିଲେ । (ରିପୋର୍ଟ- ସତ୍ୟ ନାରାୟଣ ପ୍ରଧାନ)