No Result
View All Result
୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମୋହନା ବ୍ଲକର ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଜଣେ ମହିଳା । ମହିଳା ଜଣକ ହେଲେ ଆର,ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ପଞ୍ଚାୟତ ସୁଗୁବା ଗ୍ରାମର ମହିଳା ଚନ୍ଦିକା ମଣ୍ଡଳ । ସେ ୨ଟି ପୁତ୍ର ଏବଂ ଗୋଟିଏ କନ୍ୟ ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ମହିଳା ଜଣକ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ମେଡିକଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୁଚନା ପ୍ରକାରେ ସୁଗୁବା ଗାଁର ସୁଶାନ୍ତ ମଣ୍ଡଳଙ୍କ ପତ୍ନୀ ଚନ୍ଦ୍ରିକାଙ୍କୁ ରବିବାର ସକାଳେ ସମୟରେ ପ୍ରସବ ଯନ୍ତଣା ହୋଇଥିଲା । ଖମାରୀ ସାହିର ଆଶା କର୍ମୀ ମିନତି କୁମାର ପାଣି ଓ ପରିବାର ଲୋକେ ଚନ୍ଦ୍ରଗିରି ଡାକ୍ତରଖାନାକୁ ଆଣିଥିଲେ । କିଛି ସମୟ ପରେ ସେ ୩ଟି ସନ୍ତାନକୁ ଜନ୍ମ ଦେଇଥିଲେ । ନବଜାତ ୩ ଶିଶୁକୁ ପାରଳାଖେମୁଣ୍ଡି ମେଡିକଲ ସ୍ଥନାନ୍ତର କରାଯାଇଥିବା ଚନ୍ଦ୍ରଗିରି ଡାକ୍ତର କହିଛନ୍ତି ।

No Result
View All Result